ମହାରାଷ୍ଟ୍ର କରୋନା: ନାଗପୁର ପରେ ଅକୋଲାରେ ଲକ୍‍ଡାଉନ୍‍, ପୁଣେରେ ନାଇଟ୍‍ କର୍ଫ୍ୟୁ

ଅକୋଲା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅକୋଲା ଜିଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ଲକ୍‍ଡାଉନ୍‍ ସୋମବାର ଅର୍ଥାତ୍‍ ୧୫ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‍ଡାଉନ୍‍ ସମୟରେ ଜରୁରୀ ସେବା ଜାରି ରହିବ।

ଅପରପକ୍ଷରେ, ନାଗପୁର, ଅକୋଲା ପରେ ଏବେ ପୁଣେରେ ମଧ୍ୟ ନାଇଟ୍‍ କର୍ଫ୍ୟୁ ଜାରି କରାଯାଇଛି। ପୁଣେରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି କରିଯିବ ବୋଲି ଆଜି ଘୋଷଣା କରାଯାଇଛି। କେବଳ ଏତିକି ନୁହେଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏହାସହିତ ହୋଟେଲ ଓ ବାର୍‍ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଏହାବ୍ୟତୀତ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କହିଛନ୍ତି ଯେ, ପରଭାନୀ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆମେ ସେଠାରେ ଆଜି ରାତି ୧୨ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‍ଡାଉନ୍‍ କରିବାକୁ ନିଷ୍ପତ୍ତି ନେଇଛୁ। ପରଭାନୀ ଜିଲା ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ନିବେଦନ କରୁଛୁ ଯେ ସରକାରଙ୍କ ଏହି ନିଷ୍ପତ୍ତିରେ ସହଯୋଗ କରନ୍ତୁ।

Comments are closed.