ଆସନ୍ତାକାଲିଠାରୁ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ୫ ଦିନିଆ ଲକ୍‌ଡାଉନ୍

ଭଦ୍ରକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ବିଭିନ୍ନ ଜିଲା ପ୍ରଶାସନ ମଧ୍ୟ ନିଜ ନିଜ ଅଞ୍ଚଳରେ ପରିସ୍ଥିତିକୁ ଦେଖି ଲକଡାଉନ, ସଟଡାଉନ ଭଳି ପଦକ୍ଷେପମାନ ଗ୍ରହଣ କରୁଛନ୍ତି।


ଏହାରି ଭିତରେ ଭଦ୍ରକ ଜିଲାପ୍ରଶାସନ ପକ୍ଷରୁ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ସହ ୫ ଦିନିଆ ଲକଡାଉନ ଲାଗୁ ହେବ । ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । ଲକଡାଉନରେ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ, ବଜାର ଖୋଲା ରହିବ । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Comments are closed.