ଲକ୍ଡ଼ାଉନ ୩: ସନ୍ଧ୍ୟା ୭ରୁ ସକାଳ ୭ ଯାଏ ଘରୁ ବାହାରିବା ଉପରେ କଟକଣା

ପୁଲିସ କମିଶନରଙ୍କ ଟ୍ବିଟ୍: ସାରା ଦେଶ ଓ ରାଜ୍ୟ ଲାଗି ଜାରି ହୋଇଛି ନିର୍ଦେଶନାମା

ଭୁବନେଶ୍ବର: ସାରା ଦେଶର ସମସ୍ତ ଜୋନ୍‌ରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଲୋକେ ସନ୍ଧ୍ୟା ୭ରୁ ସକାଳ ୭ଟା ମଧ୍ୟରେ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଇନାହିଁ। କେବଳ ଜରୁରୀକାଳୀନ ସେବା ଯଥା ମେଡ଼ିକାଲ୍‌ କ୍ଷେତ୍ରରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଛି ବୋଲି ​‌ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ ଯୋଗେ କହିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସମୟରେ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ  ବାହାରିବାକୁ ବାରଣ କରାଯାଇଛି । ଏହି ନିର୍ଦେଶ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ  ବଳବତ୍ତର ରହିବ। ଯାହା କାର୍ଯ୍ୟ କରିବା କଥା ସକାଳ ୭ରୁ ସନ୍ଧ୍ୟା ଭିତରେ କରିବା ଆବଶ୍ୟକ । ଲକ୍‌ଡାଉନ୍‌ ଅବଧି ଭିତରେ ଲୋକେ ଘରୁ ବାହାରିବା ଉପରେ କଟକଣା ରହିଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବା ଜାରି ରହିବ। ଯଦି ଆଇନ ଉଲଙ୍ଘନ କରିବେ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଜୋନ୍‌ରେ ଏହି କଟକଣା ଲାଗୁ ରହିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

Comments are closed.