ଗ୍ରୀନ ଓ ଅରେଞ୍ଜ ଜୋନରେ ଗଡ଼ିବନି ବସ୍ ; କାଲି ନିଆଯିବ ପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର : ଗ୍ରୀନ କିମ୍ବା ଅରେଞ୍ଜ ଜୋନରେ ଆସନ୍ତାକାଲି ଅର୍ଥାତ ସୋମବାରଠୁ ବସ ଚଳାଚଳ କରିବ ନାହିଁ। ରାଜ୍ୟ ଘରୋଇ ବସ ମାଲିକ ସଂଘ ରବିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ବୈଠକ ପରେ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି ।

ଦେବେନ୍ଦ୍ର ସାହୁଙ୍କ କହିବା ଆନୁଯାୟୀ, କେନ୍ଦ୍ରର ଗାଇଡ଼ ଲାଇନ ଆନୁଯାୟୀ, ବସ ଚଳାଚଳ ପାଇଁ ଅନୁମତି ମିଲିଥିଲେ ମଧ୍ୟ ଏହା ସମ୍ଭବ ନୁହେଁ।  ଦୁଇଟି ଗ୍ରୀନ ଜୋନ ଜିଲା ମଧ୍ୟରେ ରେଡ୍ ଜୋନ ଜିଲା ଆସୁଛି । ଏଭଳି ସ୍ଥିତିରେ ବସ କିଭଳି ଚାଲିବ ସ୍ପଷ୍ଟ ହୋଇ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଗୋଇଡ଼ ଲାଇନ ଜାରି କରାଯାଇ ନାହିଁ। ରାଜ୍ୟ ସରକାର ଗାଇଡ଼ ଲାଇନ ପରେ ଆମେ ନିଷ୍ପତ୍ତି ନେବୁ ବୋଲି ଦେବେନ୍ଦ୍ର ସାହୁ କହିଛନ୍ତ ।

ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,  ଆସନ୍ତା କାଲି ଆଲୋଚନା ପରେ ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। କାଲି ଘରୋଇ ବସ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ।  ଆଲୋଚନାର ନିଷ୍କର୍ସ ଆନୁସାରେ ନିଷ୍ପତି ନିଆଯିବ ।

 

 

Comments
Loading...