ଲକ୍-ଡାଉନ: ଅଙ୍ଗାରକାମ୍ଳ ମାତ୍ରା କମ୍ ହେଉଛି

ଲକ୍-ଡାଉନ୍ କାରଣରୁ ବିଶ୍ବ ଯେପରି ଶାନ୍ତିରେ ନିଶ୍ବାସ ନେଉଛି। ଗାଡ଼ିମଟରର ଶବ୍ଦ ନାହିଁ, ପ୍ରଦୂଷଣ ସ୍ତର ନିୟନ୍ତ୍ରିତ ବୋଲି ଇତିମଧ୍ରରେ ଗବେଷକମାନେ ମତ ଦେଇଛନ୍ତି। ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଚୀନ୍‌‌ ଭଳି ଜନବହୁଳ ରାଷ୍ଟ୍ରରେ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଥିଲା। ଗତ ୩ ମାସର ତଥ୍ୟ ଅନୁସାରେ, ସେଠାରେ ଅଙ୍ଗାରକାମ୍ଳର ପରିମାଣ ୨୫% କମ୍ ହୋଇଛି। ଗାଡ଼ି ଚଳାଚଳ ନିୟନ୍ତ୍ରିତ ହେବା ସହ ଲୋକେ ମଧ୍ୟ ଲକ୍‌-ଡାଉନ୍ ହୋଇ ଘରେ ରହିଥିଲେ।

– ବିଶେଷଜ୍ଞଙ୍କ ଗତ ୫୦ ବର୍ଷ ମଧ୍ୟରେ ବିଶ୍ବର ଏଭଳି ସୁନ୍ଦର ପରିବେଶ ପୂର୍ବରୁ ଦେଖିବାକୁ ମିଳିନଥିଲା। ଚତୁର୍ଦିଗ ଯେପରି ଶାନ୍ତ ହାଇଯାଇଛି।
– ଇଟାଲୀର ଭେନିସ୍‌‌ରେ ପ୍ରଦୂଷଣ ସ୍ତର ୪୭% ହ୍ରାସ ପାଇଥିବାବେଳେ ରୋମ୍‌‌ରେ ୩୫%, ଲଣ୍ଡନରେ ୫୦%, ବର୍ମିଂହାମ୍‌ରେ ୨୦%, ଚୀନ୍‌‌ର ବେଜିଂରେ ୩୦%, ପ୍ୟାରିସ୍‌‌ରେ ୩୦%, ନ୍ୟୁୟର୍କରେ ୫୦%, ହଂକଂରେ ୩୩% କମ୍ ହୋଇଛି। ଏହା ବିଶ୍ବବାସୀଙ୍କ ନିମନ୍ତେ ଏକ ସୁନ୍ଦର ବାର୍ତ୍ତା। ବିଳାସମୟ ଜୀବନ ଯେ ସୁଖ ଦେଇଥାଏ, ତା’ ନୁହେଁ। ଅନେକ ପରିସ୍ଥିତିରେ ପ୍ରକୃତିର ସ୍ଥିତିକୁ ମଧ୍ୟ ଆମକୁ ବୁଝିବାକୁ ହୋଇଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି।

Comments are closed.