ଲକ୍ଷ୍ନୌ ସମେତ ୟୁପିର ୧୫ଟି ଜିଲା ‘ଲକ୍‌ ଡାଉନ୍‌’: ସରକାରୀ ବସ୍ ଏବଂ ମେଟ୍ରୋ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବନ୍ଦ

ଲକ୍ଷ୍ନୌ : କରୋନା ଭୂତାଣୁ(ଭାଇରସ୍)ର ମୁକାବିଲା ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ, ଗୋରଖପୁର, କାନପୁର ସମେତ ୧୫ଟି ଜିଲ୍ଲାକୁ ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) ଘୋଷଣା କରିଛନ୍ତି। ଏହି ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) ୟୁପିରେ ପ୍ରଥମ ପର୍ଯ୍ୟାୟରେ ୨୩ ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ।
ଗୋରଖପୁରର ଗୋରଖନାଥ ମନ୍ଦିର କମ୍ପଲେକ୍ସରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପର୍ଯ୍ୟାୟରେ, ଆହୁରି କିଛି ଜିଲ୍ଲାକୁ ମଧ୍ୟ ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) କରାଯିବ।
ଯେଉଁ ଜିଲ୍ଲାଗୁଡ଼ିକ ଲକ୍-ଡାଉନ୍ ହୋଇଛି। ସେହି ଜିଲାଗୁଡ଼ିକରେ କୌଣସି କାର୍ଯ୍ୟକଳାପ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଜିଲାଗୁଡ଼ିକରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ନିରନ୍ତର ପାଟ୍ରୋଲିଂ କରିବେ। ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାରୁ ଯେପର୍ଯ୍ୟନ୍ତ ମୁକ୍ତି ମିଳିନାହିଁ ସେ ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ। ଟିକିଏ ଅସାବଧାନତା ବିପଜ୍ଜନକ ହୋଇପାରେ। ବର୍ତ୍ତମାନ ୟୁପିରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସଚେତନତା ଅଭିଯାନ ମଧ୍ୟ କରାଯାଉଛି।

Comments are closed.