କଟକଣା ଘେରରେ ୪ ଜିଲ୍ଲା ଓ ୧ ମହାନଗର

ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକ ଜିଲା ଏବଂ ରାଉରକେଲା ମହାନଗରରେ ଗୋଷ୍ଠୀ ସଂକ୍ରମଣ ରୋକିବା ଲାଗି ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ ଡାଉନ୍ ଘୋଷଣା କରାଯାଇଛି। ଏହି ୧୪ ଦିନିଆ ଲକ୍‌ ଡାଉନ୍‌ ସମୟରେ ସାପ୍ତାହିକ ସଟ୍ ଡାଉନ କଟକଣା ଉଠିଯିବ ଏବଂ ୧୮ତାରିଖ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଦୋକାନ, ଗ୍ରୋସରୀ ଏବଂ ଓମଫେଡ଼ ଦୋକାନ ଖୋଲା ରହିବ। ମାତ୍ର ଅଣ୍ଡା, ମାଛ, ମାଂସ ଦୋକାନ, ହୋଟେଲ, ଜମାଟୋ, ସ୍ବିଗି, ଓପୋଲଫେଡ଼ ପ୍ରଭୃତି ଘରୋଇ ସେବା ଦେଇପାରିବେ। ତେବେ ଏହି ଲକ୍ ଡାଉନ ବେଳେ ଲୋକଙ୍କ ଚଳପ୍ରଚଳ ଯେଭଳି ବନ୍ଦ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଡାକଡ଼ି କରାଯିବ। ତେବେ ଲକ୍‌ ଡାଉନ୍‌ ସମୟରେ କେଉଁ କଟକଣା ରହିବ, ଆସନ୍ତୁ ଜାଣିବା।
କଟକଣା
– ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା- ପନିପରିବା, ଗ୍ରୋସରୀ, ଅଣ୍ଡା, କ୍ଷୀର, ମାଛ, ମାଂସ ଦୋକାନ ଖୋଲା ରହିବ
– ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସରକାରୀ ଅଫିସ୍‌ ଓ ପ୍ରତିଷ୍ଠାନ ବନ୍ଦ
– ଜରୁରୀ ନ ଥିଲେ ବାହାର ଜିଲାରୁ ୪ ଜିଲାକୁ ପ୍ରବେଶ ବାରଣ
– ଢାବା, ହୋଟେଲ, ରେସ୍ତୋଁରାରେ ଖାଇବା ମନା; ହୋମ୍‌ ଡେଲିଭରୀ ଅନୁମତି
– ବନ୍ଦ ରହିବ ଘରୋଇ ଗାଡ଼ି ଚଳାଚଳ, ଯାତାୟତରେ କଡ଼ା କଟକଣା
କଟକଣା ମୁକ୍ତ
– ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ
– ସରକାରୀ, ବେସରକାରୀ ଡାକ୍ତରଖାନା, ନର୍ସିଂହୋମ୍‌, କ୍ଲିନିକ୍‌, ଔଷଧ ଦୋକାନ
– ଆମ୍ବୁଲାନ୍ସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ
– ପେଟ୍ରୋଲ ପମ୍ପ, ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ରୀୟ ସୁରକ୍ଷାବଳ, ଦୂରସଂଚାର, ପାଣିପାଗ କାର୍ଯ୍ୟାଳୟ, ଡାକ ବିଭାଗ, ଟ୍ରେଜେରୀ, ପରିମଳ, ଜଳଯୋଗାଣ, ବିଦ୍ୟୁତ୍ ସେବା, ଜାତୀୟ ସୂଚନା କେନ୍ଦ୍ର
– ବନ୍ଦର, ବିମାନ ବନ୍ଦର, ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡକୁ ଜରୁରୀ କର୍ମଚାରୀ, ଅଧିକାରୀଙ୍କ ଯାତାୟତ ଲାଗି ଟ୍ୟାକ୍ସି, ଓଲା, ଉବେରକୁ ଚଳାଚଳ ଅନୁମତି
– ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍‌ ଡେଲୀଭରି
– କମ୍‌ କର୍ମଚାରୀରେ ବନ୍ଦର, ବିମାନ ବନ୍ଦର, କ୍ଲିୟରିଂ ହାଉସ୍, ଆରବିଆଇ ତତ୍‌ସଂକ୍ରାନ୍ତ ପ୍ରତିଷ୍ଠାନ
– ବିପର୍ଯ୍ୟୟ ପରିଚାଳନା ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଏବଂ କର୍ମଚାରୀ
– ଜିଲା ଓ ପୌର ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ
– ସାମଗ୍ରୀ ପରିବହନ ଓ କୃଷି କାର୍ଯ୍ୟକୁ ଅନୁମତି

Comments are closed.