କୋଭିଡ୍‌-୧୯ ନିୟମ ଉଲଙ୍ଘନରେ ୧୨ ମାମଲା, ୧୬ ଗିରଫ

ଭୁବନେଶ୍ବର : ଆଜି ରାଜ୍ୟର ୫୦୫୭ ଗ୍ରାମ ପଞ୍ଚାୟତରେ ୩,୧୧,୭୬୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୮୯୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୪ରୁ ମଇ ୫ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛି । ସମସ୍ତ ୧୨ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ବିଭିନ୍ନ ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗ୍‌ଚୀ ସୂଚନା ଦେଇଛନ୍ତି।

Comments are closed.