ମେ’ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ : କିଛି କଟକଣା କୋହଳ, କିଛି କଡ଼ାକଡ଼ି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍  ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି । ସୂଚନାଯୋଗ୍ୟ, ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍  ଆରମ୍ଭ ହୋଇଥିଲା । ଏହି କାରଣରୁ, ସାଧାରଣ ଜୀବନ ସହିତ ସମସ୍ତ ଅର୍ଥନୈତିକ  କାର୍ଯ୍ୟକଳାପ ବନ୍ଦ ହୋଇଥିଲା ।

ଚତୁର୍ଥ ପର୍ଯ୍ୟାୟରେ  ଏହି ସବୁ କାର୍ଯ୍ୟ ପାଇଁ ମିଳିବ ଅନୁମତି 

-ଆନ୍ତଃ ରାଜ୍ୟ ଯାତ୍ରା ପାଇଁ ଯାନ ଏବଂ ବସ୍ ଅନୁମତି ଦିଆଯିବ

-ରାଜ୍ୟ ମଧ୍ୟରେ ପରିବହନ ପାଇଁ ଯାନବାହାନ ଏବଂ ବସ୍ ଚଳାଚଳ କରିବାର ନିଷ୍ପତ୍ତି ନିଜେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନିଷ୍ପତ୍ତି ନେବେ।

-ଲୋକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOPs) ଅନୁସରଣ କରିବା ବାଧ୍ୟତାମୂଳକ ହେବ।

ସବୁଜ, କମଳା ଏବଂ ରେଡ୍ ଜୋନ୍ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ

– ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ସବୁଜ, କମଳା ଏବଂ ରେଡ୍ ଜୋନ୍ ପାଇଁ କଟକରା ସ୍ଥିର କରିବେ

– ସେମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଅନୁସରଣ କରିବାକୁ ପଡିବ

-ରେଡ୍ ଏବଂ କମଳା ଜୋନରେ ଥିବା କଣ୍ଟେନମେଣ୍ଟ ଏବଂ ବଫର୍ ଜୋନ୍ ଗୁଡିକ ନିର୍ଦ୍ଦେଶାବଳୀ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଣ୍ଣୟ କରାଯିବ

-କଣ୍ଟେନମେଣ୍ଟ ଜୋନରେ କେବଳ ଆବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ

-ଏହି ଜୋନ୍ ଭିତରେ କିମ୍ବା ବାହାରେ ଲୋକମାନଙ୍କର କୌଣସି ଯାତାୟତ ନେଇ କଡା ତଥା ସଜାଗ ଦୃଷ୍ଟି ରହିବ।

-ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଏବଂ ଅତ୍ୟାବଶ୍ୟକ ସେବା ଏବଂ ଦ୍ରବ୍ୟ ଯୋଗାଣ ସମୟରେ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ

-କଣ୍ଟେଣ୍ଟମେଣ୍ଟ ଜୋନରେ  ବୃହତ ପରିମାଣରେ କଣ୍ଟାକ୍ଟ ଟ୍ରେସିଂ କରାଯିବ

-ପ୍ରତ୍ୟେକ ଘର ଉପରେ ନଜର ରଖାଯିବ ଏବଂ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ସେବା ବ୍ୟବହାର କରାଯିବ। 

 

Comments are closed.