ଲକଡାଉନ ୨.୦ – କେନ୍ଦ୍ରର ନୂଆ ନିୟମାବଳୀ

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ବୁଧବାର ନୂଆ ନିୟମାବଳୀ ଜାରି କରିଛନ୍ତି। ଦ୍ବିତୀୟ ପର୍ୟ୍ୟାୟ ଲକଡାଉନ (ତାଲାବନ୍ଦ) ସମୟରେ ଏହିସବୁ ନିୟମାବଳୀ କଡାକଡି ଭାବେ ପାଳନ କରାଯିବ।
୧- ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ।
୨- ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନାରେ ଦଣ୍ଡିତ ହେବେ।
୩- ଗୁଟକା, ତମାଖୁ ଓ ମଦ୍ୟ ପାନକୁ ନିଷିଦ୍ଧ କରାଯାଇଛି।
୪- କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ବିବାହ ଓ ଅ‌େନ୍ତ୍ୟଷ୍ଟିକ୍ରିୟା ଭଳି କାର୍ୟ୍ୟକୁ ଜିଲାପାଳ ତଦାରଖ କରିବେ।
୫- କର୍ମକ୍ଷେତ୍ରରେ କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଯେପରିକି ଭୋଜନ ବିରତି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସିଫ୍ଟ ମଧ୍ୟରେ ଅତିକମ୍‌ରେ ୧ଘଣ୍ଟାର ବିରତି ରହିବ। କେତେକ କର୍ମଚାରୀଙ୍କୁ ଘରେ ରହି କାମ କରିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବ। ବିଶେଷକରି ବୟସ୍କ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ ଅଧିକ ଗୁରୁତ୍ବ ଦିଆଯିବ।
୬- ପ୍ରତି ସିଫ୍ଟ (ପର୍ୟ୍ୟାୟ)ପରେ କର୍ମକ୍ଷେତ୍ରରେ ବିଶୋଧନ କରାଯିବ।
୭- ଘରୋଇ ଓ ସରକାର କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ ଲାଗି ଉତ୍ସାହିତ କରାଯିବ।
୮- ବଡ ଧରଣର ବୈଠକ ଆୟୋଜନ କରାଯିବ ନାହିଁ।
୯- କର୍ମକ୍ଷେତ୍ର, କଳକାରଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ବ ରକ୍ଷା ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁସରଣ କରାଯିବ।
୧୦- ଜିଲାପାଳମାନେ ନୂଆ ନିୟମାବଳୀର ପାଳନକୁ ତଦାରଖ କରିବା ସହିତ ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଦଣ୍ଡିତ ଓ ଜୋରିମାନା ଧାର୍ୟ୍ୟ କରିବେ।

Comments are closed.