ପାଟଣା ଏବଂ ଢେଙ୍କିକୋଟ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ -ବଣଚକୁଳିଆ ଗ୍ରାମରେ ବଜ୍ରପାତରେ ଶିଶୁ କନ୍ୟା ମୃତ

ପାଟଣା – ଘଟଗାଁ ବ୍ଲକ ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ ମଙ୍ଗଳ ମୁଣ୍ଡା ଙ୍କ ୧୦ ବର୍ଷ ର ଶିଶୁ କନ୍ୟା ବେବୀନା ମୁଣ୍ଡା (୧୦) ବଜ୍ରପାତରେ ପ୍ରାଣ ହରାଇଛି। ଅପରାହ୍ନରେ ଘର ନିକଟରେ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ପ୍ରାଣ ରକ୍ଷା ଉଦ୍ଦେଶ୍ୟରେ ବେବୀନା ଙ୍କୁ ଘଟଗାଁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସେହପରି ମଙ୍ଗଳବାର ଅପରାହ୍ନରେ ପାଟଣା ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ବହୁ ଘର ଛପର ଉଡିଯାଇ ଥିବା ଦେଖିବାକୁ ମିଳିଛି।ଅପରାହ୍ନ ଦିନ ୨.୩୦ସମୟ ରୁ ଲଗାତର ବର୍ଷା ସହ ଘଡଘଡି ଓ ପ୍ରବଳ ବେଗରେ ପବନ ୨ଘଣ୍ଟାରୁ ଅଧିକ ତାଣ୍ଡବ ରଚାଇଥିଲା। ଏହାର ପ୍ରଭାବରେ ପାଟଣା ଅଞ୍ଚଳ ପୁଟୁଳିଆ ଗ୍ରାମ ର ମନମୋହନ ମହାନ୍ତ ଙ୍କ ଆଜବେଷ୍ଟ ଘର ଛପର ସମ୍ପୂର୍ଣ୍ଣ ଉଡିଯିବା ସହ ଚାଉଳ,ଧାନ ଅନ୍ୟ ସାମଗ୍ରୀ ବର୍ଷାପାଣି ରେ ଭିଜି ଯାଇଥିବା ଜଣାପଡି ଛି । ଏହା ବ୍ୟତୀତ ପାଟଣା ବ୍ଲକ କାର୍ଯ୍ୟାଳୟ ନିକଟରେ ପାଟଣା ଟାଙ୍ଗରପଡା ମୁଖ୍ୟ ରାସ୍ତାରେ ଏକ ବିରାଟ କୃଷ୍ଣଚୁଡା ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଫଳରେ କିଛି ସମୟ ପାଇଁ ଗାଡିମଟର ଯାତାୟାତ ରେ ବାଧାପ୍ରାପ୍ତ ହୋଇଥିଲା ଥିଲା । ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଗଛ କୁ କାଟି ସଫା କରିବାପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଗତ କାଲି ଏହି ବ୍ଲକ ଅନ୍ତର୍ଗତ କୋଠାଘର ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ଗ୍ରାମର ଦାସ ମାଝୀ ଓ କୁଅଁର ମାଝୀ ଖପର ଘର ଉଡ଼ାଇ ନେଇଥିଲା। ଏହି ପରିବାରକୁ ଆଜି ରାଜସ୍ବ ବିଭାଗ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।

ଆଜି ଅପରାହ୍ନ ୨ଟା ରୁ ସାଢେ଼ ୩ଟା ଓ ସନ୍ଧ୍ୟା ୫ଟା ରୁ ୬ଟା ଯାଏ ଢେଙ୍କିକୋଟ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରୁ ପାଖାପାଖି ଶହେ କିମି ବେଗରେ ପବନ ବୋହିବା ସହ ଘନଘନ ବଜ୍ରପାତ ଓ ବର୍ଷା ଥରହର ସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ଢେଙ୍କିକୋଟର ସେକ ମୋବିନ୍ ଙ୍କ ତୃତୀୟ ତାଲା ରେ ଥିବା ଟିଣ ଛପର ଘରଟି ଉଡ଼ାଇ ନେଇ ୩ଶହ ମିଟର ଦୂର ବାରହାଟିପୁରା ରାସ୍ତାରେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଲଙ୍ଗଳକଣ୍ଟିର ଅବସର ପ୍ରାପ୍ତ ସୈନିକ ଦୁଃଖବନ୍ଧୁ ବାରିକଙ୍କ ବୋଲେରୋ ଗ୍ୟାରେଜ ସମ୍ପୂର୍ଣ୍ଣ ଉଡ଼ାଇ ନେବା ସହ ଘର ପାଖରେ ଥିବା ବିଜୁଳି ଖୁଣ୍ଟ ଭାଙ୍ଗି ପଡ଼ିଛି। ସେକ ମୋବିନଙ୍କ ଗ୍ଲୋବାଲ ଏଣ୍ଟରପ୍ରାଇଜେସ ର ପାଖାପାଖି ୨ଲକ୍ଷ ଟଙ୍କାର ସାମଗ୍ରୀ ଛପର ଉଡ଼ାଇ ନେବା କାରଣରୁ ବର୍ଷାରେ ଭିଜି ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ଓ ତାର ଛିଡ଼ିଥିବା ଦେଖାଯାଇଛି। ବହୁ ଟାଇଲି ଛପର ଓ ଟିଣ ଛପର କ୍ଷୟ କ୍ଷତି ର ସମ୍ମୁଖୀନ ହୋଇଥିବା ବେଳେ ସମ୍ପୂର୍ଣ୍ଣ ବିବରଣୀକୁ ଅପେକ୍ଷା କରାଯାଇଛି। କାଳ ବୈଶାଖୀ ସମୟ ଢେଙ୍କିକୋଟ ନିକଟ ସାନ୍ତରାପୁର ଗ୍ରାମର ନାମ୍ନି ତାରାମଣି ସିଂ ବଜ୍ରାଘାତରେ ଆହତ ହେବା ସହ କନକଲତା ସାହୁ ନାମ୍ନି ଜଣେ ମହିଳା ସର୍ପାଘାତ ର ଶିକାର ହୋଇଥିଲେ। ଉଭୟଙ୍କୁ ଘଟଗାଁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି।

Comments are closed.