ସୀମାପାର ଅବାଧ ବ୍ୟବସାୟ ବନ୍ଦ କଲା ଭାରତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସୀମାରେଖା ନିୟନ୍ତ୍ରଣ ରେଖା(ଏଲୋସି) ଦେଇ ହେଉଥିବା ଅବାଧ ବ୍ୟବସାୟ ଉପରେ ଭାରତ ସରକାର ରୋକ ଲଗାଇଛନ୍ତି। ଏ ନେଇ ଗୃହମନ୍ତ୍ରାଳୟ ଗୁରବାର ଆଦେଶ ଜାରି କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁସାରେ ନିୟନ୍ତ୍ରଣ ରେଖା(ଏଲୋସି) ଦେଇ ବାଣିଜ୍ୟ କରୁଥିବା ବ୍ୟବସାୟୀ ଅବାଧ କାର୍ଯ୍ୟ କରୁଥିବା ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ବ୍ୟବସାୟ କରିବା ଆଳରେ ପାକିସ୍ତାନ ସହ ସମନ୍ଧରେ ରହି ବିଭିନ୍ନ ମାରଣାସ୍ତ୍ର, ନିଶାଦ୍ରବ୍ୟ ଆଦି ଅବାଧ କାରବାର ହେଉଥିବା ଜଣାପଡିଥିଲା। ଗୃହମନ୍ତ୍ରାଳୟ କହିବା ଅନୁସାରେ ଏଏନଆଇ ତଦନ୍ତ ପରେ ଆତଙ୍କି ସଂଗଠନ ଓ ଅଲଗାବାଦୀ ସମର୍ଥିତ ଲୋକ ବ୍ୟବସାୟ ଆଡରେ ଏଲୋସିର ଭୁଲ ବ୍ୟବହାର କରୁଛନ୍ତି।
ସୂଚନା ଅନୁସାରେ ଜମ୍ମୁ-କାଶ୍ମୀର ଓ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟରେ କ୍ରସ ଏଲୋସି ବ୍ୟବସାୟ ଦୁଇ ସପ୍ତାହ ପରେ ମଙ୍ଗଳବାର ଆରମ୍ଭ ହୋଇଥିଲା। ପାକିସ୍ତାନରୁ ଜୋରଦାର ଗୁଳିବର୍ଷା କରାଯାଉଥିବାରୁ ଏପ୍ରିଲ ୧ ତାରିଖରୁ ଏଲୋସିରେ ବ୍ୟବସାୟ ବନ୍ଦ ରହିଛି। ପାକିସ୍ତାନ ଗୁଳିବର୍ଷାରେ ବିଏସଏଫ୍‍ ଅଧିକାରୀ, ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା।

Comments are closed.