ବିନା ସୁଧରେ ଚାଷୀଙ୍କୁ ୫୦ ହଜାର ଟଙ୍କା ଯାଏ ଋଣ

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ବିନା ସୁଧରେ ସେମାନଙ୍କୁ ମିଳିବ ଋଣ । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସରକାର ବିନା ସୁଧରେ ଚାଷୀଙ୍କୁ ପ୍ରଦାନ କରିବେ । ଏହାଦ୍ବାରା ରାଜ୍ୟର ଚାଷୀମାନେ ଲାଭାନ୍ବିତ ହେବେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସମବାୟ ସଚିବ ବୀରବିକ୍ରମ ଯାଦବ ।

ଖରିଫ ଋତୁ ପାଇଁ ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ଋଣ ଯୋଗାଣକୁ ସରଳ କରିବାର ଯୋଜନା କରିଛନ୍ତି । ରାଜ୍ୟର ପ୍ରାୟ ୯୦% ଚାଷୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥାଆନ୍ତି । ତେଣୁ ସେମାନଙ୍କୁ ବିନା ସୁଧରେ ଋଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଚାଷୀଙ୍କୁ ମାତ୍ର ୨% ସୁଧ ଦେବାକୁ ପଡ଼ିବ ବୋଲି ଶ୍ରୀଯାଦବ କହିଛନ୍ତି । ଶ୍ରୀ ଯାଦବଙ୍କ ସୂଚନା ଅନୁସାରେ ରାଜ୍ୟରେ ୩୧ ମେ ସୁଦ୍ଧା ୨୬୪୯ କୋଟି ଟଙ୍କାର ଋଣ ଦିଆଯାଇଛି । ଗତ ବର୍ଷ ୩ ଲକ୍ଷ ୫ ହଜାର ଚାଷୀଙ୍କୁ କୃଷି ଋଣ ଦିଆଯାଇଥିଲା । ଏ ବର୍ଷ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ କୃଷି ଋଣ ପ୍ରଦାନ ନିନ୍ତେ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଏହା ସହ ବର୍ତମାନ ସୁଦ୍ଧା ରାଜ୍ୟରେ  ୧୦ ଲକ୍ଷ ୯୧ ହଜାର ମେଟ୍ରିକ ଟନ ରବିଧାନ ସଂଗ୍ରହ ସରିଛି ବୋଲି ଶ୍ରୀ ଯାଦବ କହିଛନ୍ତି ।

Comments are closed.