ମିଶନ ଶକ୍ତି ପକ୍ଷରୁ ବୃହତ ଋଣ ମେଳା

 ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୨୦ ଗୋଟି ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ମିଶନ ଶକ୍ତି ପକ୍ଷରୁ ବୃହତ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ସାହାରପଡା ବ୍ଲକର ଡାଳପକା, ଉଦୟପୁର ଓ ସାହାରପଡା ବ୍ଲକ ମୁଖ୍ୟାଳୟରେ ଏହା ଅନୁଷ୍ଠିତ ହୋଇଛି । ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ ମନୋରଞ୍ଜନ ମହାପାତ୍ର ଓ ବ୍ଲକ ଜୀବିକା ସଂଯୋଜିକା ସୁସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଋଣ ମେଳାରେ ୯ ଟି ବ୍ୟାଙ୍କର ଅଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲମ୍ବୋଧର ଖୁଣ୍ଟିଆ, ମିଶନ ଶକ୍ତି ସଂଯୋଜକ ମିହିର କୁମାର ଟୁଡୁ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସଭାଗୃହ, ଉଦୟପୁର ପଞ୍ଚାୟତ ଏବଂ ଡାଳପକା ପଞ୍ଚାୟତରେ ବ୍ଲକ ଅଞ୍ଚଳର ୭୪ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଋଣ ବାବଦରେ ୧କୋଟି ୪୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅନୁରୋପ ଭାବେ ପାଟଣା ବ୍ଲକ ର ଡୁମୁରିଆ, ତୁରୁମୁଙ୍ଗା ଓ ପାଟଣା ବ୍ଲକ ମୁଖ୍ୟାଳୟ ରେ ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ବୃହତ୍ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି ।

Comments are closed.