ମଇଁଷିଙ୍କ ଦଳ ସମ୍ମୁଖରେ ହାର ମାନିଲା ଜଙ୍ଗଲର ରାଜା

ଜୀବନରେ ଏକତାର ମହତ୍ତ୍ୱ କେତେ ତାହା ସେହି ସମୟରେ ଅନୁଭବ ହୋଇଥାଏ, ଯେବେ ଆମେ ଏକତ୍ର ହୋଇ କୌଣସି କାମ କରି ସଫଳତା ପାଇଥାଉ। ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ମଇଁଷିଙ୍କ ଏକ ଦଳ ସିଂହ ଉପରେ ଆକ୍ରମଣ କରୁଛନ୍ତି।
ଜଣେ ଭାରତୀୟ ବନ୍ୟ ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି।
ଏହି ଭିଡ଼ିଓରେ ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି ମଇଁଷି ମାନଙ୍କ ଏକ ଦଳ ଯେପରି ସିଂହ ପଛରେ ଜୋରରେ ଯିବାକୁ ଆରମ୍ଭ କରିଛନ୍ତି, ଜଙ୍ଗଲର ରାଜା ସିଂହକୁ ମଇଁଷିମାନଙ୍କ ଦଳ ସମ୍ମୁଖରେ ହାର ମାନିବାକୁ ପଡ଼ୁଛି। ସେଠାରୁ ଯିବାକୁ ମଧ୍ୟ ପଡ଼ୁଛି। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି।