ଦମ୍ପତ୍ତିଙ୍କ ଠାରୁ ନଗଦ ଟଙ୍କା, ସୁନା ଓ ମୋବାଇଲ ଲୁଟ

0

ସୁନ୍ଦରଗଡ଼/ଲେଫ୍ରିପଡ଼ା :ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଉଜ୍ୱଳପୁର ନିକଟସ୍ଥ ବଂଶୀବଟ ନିକଟରେ ସନ୍ଧ୍ୟା ୫:୩୦ ସମୟରେ ଟଙ୍କା, ସୁନା, ମୋବାଇଲ ଫୋନ ଓ ଏଟିଏମ କାର୍ଡ଼ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡ଼ ବ୍ରାହ୍ମଣ ପଡ଼ାର ରମେଶ କୁମାର ବେହେରା ତାଙ୍କ ସ୍ତ୍ରୀ ଆରତୀ ବେହେରା , ପୁଅଙ୍କ ସହିତ ହିରୋହଣ୍ଡା ମଟରସାଇକେଲରେ ଜିଙ୍କନଗର ସ୍ଥିତ ହିନ୍ଦ ଜିଙ୍କ ବିଦ୍ୟାଳୟକୁ ନିଜି ଝିଅକୁ ଦେଖିବାକୁ ଯାଉଥିଲେ। ଲେଫ୍ରିପଡ଼ା ଥାନା ଓ ସଦରଥାନା ସୀମାନ୍ତ ଟାଙ୍ଗରପାଲି ବ୍ଳକର ଉଜ୍ୱଳପୁର ନିକଟସ୍ଥ ବଂଶିବଟ ଠାରେ ଏକ କଳାମଟର ସାଇକେଲରେ ମୁହଁରେ କପଡ଼ା ବାନ୍ଧି ଦୁଇ ଜଣ ଦୁବୃତ ଏମାନଙ୍କୁ ଅଟକାଇବା ସହ ପିସ୍ତଲ ଦେଖାଇ ଆରତୀ ବେହେରା କାନ ଓ ନାକରେ ପିନ୍ଧିଥିବା ସୁନା ଏବଂ ଧରିଥିବା ପ୍ରାୟ ୧୨ଶହ ଟଙ୍କା,ଏଟିଏମ କାର୍ଡ଼,ପାନକାର୍ଡ଼ ଲୁଟି ନେଇଥିଲେ। ଘଟଣା ଖବର ପାଇ ଏସଡ଼ିପିଓ ପ୍ରଶାନ୍ତ ମହାନ୍ତି, ଲେଫ୍ରିପଡ଼ା ଥାନା ଅଧିକାରୀ ସୌଦାମୀନୀ ନାଗ,ସର୍ଗିପାଲି ଫାଣ୍ଡି ଅଧିକାରୀ ଲିଙ୍ଗରାଜ ସାହୁ ଓ ପୁଲିସ କର୍ମଚାରୀ ପହଞô୍ଚ ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply