ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଶ୍ରମିକଙ୍କ ଦକ୍ଷତା ବିକାଶ ଯୋଜନା

ଘରୋଇ ଟ୍ୟାପ୍ ସଂଯୋଗ ଶ୍ରମିକମାନଙ୍କୁ ଦେଇଛି ଜୀବିକା ସୁଯୋଗ

ସମଗ୍ର ବିଶ୍ୱ କରୋନା ଭୁତାଣୁ ସହ ଲଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ଦୁର୍ଯୋଗକୁ ସୁଯୋଗରେ ପରିବର୍ତ୍ତନ କରି ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିଛନ୍ତି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଭଳି ଯୋଜନା ସାର୍ବଜନୀନ ସ୍ଥରରେ ଆରମ୍ଭ ହୋଇଛି। ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରି ଗ୍ରାମାଞ୍ଚଳର ନାଗରିକ ତଥା ପ୍ରବାସୀମାନଙ୍କ ପାଇଁ ଜୀବିକା ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ଏହା ସଫଳତା ଆଡକୁ ଗତି କରୁଛି। ଏଥିରେ ୬ଟି ରାଜ୍ୟର ୨୭ଟି ଆକାଂକ୍ଷିତ ଜିଲ୍ଲା ଓ ୧୧୬ଟି ଜିଲ୍ଲା ପାଇଁ ୧୨୫ ଦିନର କାମ ଯୋଗାଇ ଦିଆଯାଇଛି।

ଜଳ ଜୀବନ ମିଶନ ଓ ପାନୀୟ ଜଳ ଯୋଗାଣ ଯୋଜନାରେ ଏହି ଅଭିଯାନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଣି ଟ୍ୟାପ୍ ସଂଯୋଗ ଯୋଗାଇବା ଉଦ୍ଦେଶ୍ୟରେ କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ ପ୍ରବାସୀ ଭାରତୀୟଙ୍କୁ ସାମିଲ କରିବାର ଏକ ବଡ଼ ସୁଯୋଗ ଅଛି। ଏହି ଜିଲ୍ଲାଗୁଡିକର ଗ୍ରାମଗୁଡିକରେ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ଯାହା ଦ୍ୱାରା ଘରୋଇ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ଜଳ ଆବଣ୍ଟନ ସହ ଘରକୁ ଫେରୁଥିବା ଲୋକଙ୍କୁ ରୋଜଗାର ଯୋଗାଇବାରେ ମଧ୍ୟ ସହାୟକ ହେବ। ରାଜ୍ୟଗୁଡିକ ପାଇପ୍ ଜଳ ଯୋଗାଣ ଯୋଜନାକୁ ବୃଦ୍ଧି କରିବେ ଯାହା ଦ୍ୱାରା ସେହି ଗ୍ରାମଗୁଡିକ ଶତପ୍ରତିଶତ ‘ପ୍ରତ୍ୟେକ ଘର ଜଳ ଗ୍ରାମ’ ହୋଇପାରିବେ।

ଯେହେତୁ ଏହି ଅଭିଯାନ ସୀମିତ ସମୟ ପାଇଁ କାର୍ଯ୍ୟକାରୀ ହେଉଛି, ତେଣୁ ଏଥିରେ କୁଶଳୀ, ଅର୍ଦ୍ଧ କୁଶଳୀ ପ୍ରବାସୀମାନଙ୍କ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ଏ ନେଇ ସ୍ଥାନୀୟ ଲୋକଙ୍କୁ ପ୍ଲମ୍ବିଂ, ପାୱାର ଫିଟିଂ, ପମ୍ପ ଅପରେସନ୍ ଭଳି ତାଲିମ ଦିଆଯିବ ଯାହା ଜଳ ଯୋଗାଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଦକ୍ଷ ଶକ୍ତି ଯୋଗାଇବ। ଏହି ଅଭିଯାନ ପାଇଁ ଚିହ୍ନିତ ଆକାଂକ୍ଷା ଜିଲ୍ଲାକୁ ବିଶେଷ ଧ୍ୟାନ ଦିଆଯାଉଛି।

Comments are closed.