ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ କୁନି ଝିଅ ପ୍ରିୟାଂଶୀ

ରାଉରକେଲା: ଇଣ୍ଡିଆ ବୁକ୍‌ ଅଫ ରେକର୍ଡ଼ସରେ ରାଉରକେଲାର କୁନି ଝିଅ ପ୍ରିୟାଂଶୀ ସ୍ଥାନ ପାଇବା ଚର୍ଚ୍ଚାର ବିଷୟ ହୋଇଛି। କଳିଙ୍ଗ ବିହାରରେ ରହୁଥିବା ପ୍ରଫୁଲ କୁମାର ପଟ୍ଟନାୟକ ଓ ପଦ୍ମିନୀଙ୍କ ୨ବର୍ଷ ୩ମାସର କନ୍ୟା ପ୍ରିୟାଂଶୀ ନିଜର ସ୍ମୃତି ଶକ୍ତି ପାଇଁ ଏହି ଗୌରବ ପାଇବାରେ ସଫଳ ହୋଇଛନ୍ତି। ୨୯ଟି ରାଜ୍ୟର ରାଜଧାନୀ, ୫୦ଟି ଜାତୀୟ ପତାକାକୁ ଚିହ୍ନଟ କରିବା, ୧୧ଜଣ ଭାରତୀୟ ପ୍ରମୁଖ ରାଜନେତା, ୧୪ଟି ସେଫ୍‌, ୧୪ଟି ଖେଳ, ଶରୀରର ୧୪ଟି ଅଙ୍ଗ ପ୍ରତ୍ୟଙ୍ଗ, ୧୬ଟି ସଙ୍ଗୀତ ଉପକରଣ, ଦେଶର ୯ଜଣ ମହିୟସୀ ମହିଳା, ୨୦ଟି ଫଳ, ୨୨ଟି ପଶୁ, ୧୪ଟି ପକ୍ଷୀ, ୧୪ଟି ଯାନବାହନ, ୧୦ଟି ଫୁଲ, ଇଂରାଜୀ ବର୍ଣ୍ଣମାଳା , ୧ରୁ ୩୦ ଅଙ୍କ, ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଂଜୟ ମନ୍ତ୍ର, ଗଣେଣ ବନ୍ଦନା, ଦେଶର ପ୍ରମୁଖ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର, ଜାତୀୟ ସଙ୍ଗୀତ, ରାଜ୍ୟ ଓ ସହର ନାମ ଓ ରାଷ୍ଟ୍ରପତିଙ୍କ ନାମ ମନେରଖି ଏହି କୁନି ଝିଅ ଚମତ୍କାରିତା ଦେଖାଇଛନ୍ତି।

Comments are closed.