କୁନି ଝିଅ ବୁଝିଛି, ଆପଣ କେବେ…

ସୁଆଣ୍ଡୋ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କରୋନା ଯୋଦ୍ଧାମାନେ ଦେଶ ତମାମ ଜନ ସଚେତନତା କାମରେ ଲାଗିଛନ୍ତି। ନିଜ ଘରେ ଟିଭି ଦେଖି ଏଥିରେ ପ୍ରଭାବିତ ହୋଇ କୁନି ଝିଅଟିଏ ଲୋକଙ୍କୁ ସଚେତନ କରିବାକୁ ବାହାରି ଆସିଛି ଗ୍ରାମ ଦାଣ୍ଡକୁ। ନିଜ ମୂହଁରେ ମାକ୍ସ ଲଗେଇ ଅନ୍ୟମାନଙ୍କୁ ପ୍ରଭାବିତ କରିଚାଲିଛି। ସବୁଦିନ ସକାଳେ ଦୁଇଘଣ୍ଟା ବାହାରେ ଠିଆ ହୋଇ ରହୁଛି । ପୁରୀଜିଲା ସତ୍ୟବାଦୀବ୍ଲକ ପରଜାପଡା ଭଗବତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ପ୍ରତ୍ୟାଶା ପ୍ରୀୟଦର୍ଶିନୀ । ସେ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଲୋକଙ୍କୁ ତମେ କଣ କହୁଛ ବୋଲି ପଚାରିବାରୁ, ସମସ୍ତେ ଘରେ ରହିବ, ହାତ ଧୁଅ ଓ ମୁହଁରେ ମାକ୍ସ ଲଗେଇଲେ କରୋନା ଆମ ପାଖକୁ ଆସି ପାରିବନି ବୋଲି ପ୍ରତ୍ୟାଶା କହନ୍ତି। ଏହି କୁନି କରୋନା ଯୋଦ୍ଧାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଥିବା ଜଣା ପଡିଛି।

Comments are closed.