ହାତର କାଣି ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

0

ହସ୍ତରେଖା ଅନୁସାରେ ହାତରେ ଥିବା ରେଖା ଦ୍ୱାରା ଆମେ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିଥାଏ। ଠିକ ସେହିପରି ହାତର ଆଙ୍ଗୁଠି ଦ୍ୱାରା ମଧ୍ୟ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ହାତର ସବୁଠାରୁ ଛୋଟ ଆଙ୍ଗୁଠିରୁ ବ୍ୟକ୍ତି ବିଷୟରେ ଅନେକ କଥା ଜାଣି ହୋଇଥାଏ। ଆଙ୍ଗୁଠିରେ ଥିବା ବିଭିନ୍ନ ଚିହ୍ନ ଦେଖି ବ୍ୟକ୍ତି ବିଷୟରେ ଜାଣି ପାରିବା।ଯେଉଁ ବ୍ୟକ୍ତିଙ୍କ ହାତର କାଣି ଆଙ୍ଗୁଠି (ଛୋଟ ଆଙ୍ଗୁଠି) ସାମାନ୍ୟ ଠାରୁ ଯଦି ଅଧିକ ଛୋଟ ହୋଇଥିବ ତେବେ ସେହି ବ୍ୟକ୍ତି ଜିଦିଆ ପ୍ରକୃତିର ହୋଇଥାନ୍ତି। କୌଣସି କଥାକୁ ବୁଝାଇବା ପରେ ମଧ୍ୟ ସେ ବୁଝିବାକୁ ଚାହାନ୍ତି ନାହିଁ। ଏପରି ଲୋକ ସର୍ବଦା ନିଜ କାମକୁ ବହୁତ ଶୀଘ୍ର କରିବାକୁ ଚେଷ୍ଟା କରିଥାନ୍ତି।ଯେଉଁ ବ୍ୟକ୍ତି ମାନଙ୍କର କାଣି ଆଙ୍ଗୁଠି ସାମାନ୍ୟ ଆକାର ଠାରୁ ଅଳ୍ପ ଲମ୍ବା ହୋଇଥାଏ ସେ ଚତୁର ହୋଇଥାନ୍ତି। ନିଜ କାଯ୍ୟକୁ ଅନ୍ୟ ଦ୍ୱାରା କରାଇବା ପ୍ରକୃତିର ହୋଇଥାନ୍ତି। ନିଜ ପ୍ରଶଂସା ନିଜେ କରିଥାନ୍ତି। ଚତୁରତାର ସହ କାମ କରିବା ଦ୍ୱାରା ସଫଳତା ମଧ୍ୟ ଶୀଘ୍ର ପାଇଥାନ୍ତି।ଯେଉଁ ବ୍ୟକ୍ତିଙ୍କ କାଣି ଆଙ୍ଗୁଠି ଉପରୁ ଅଧିକ ସରୁ ହୋଇଥାଏ ସେମାନଙ୍କର ସ୍ମରଣ ଶକ୍ତି ଅଧିକ ହୋଇଥାଏ। ଏପରି ବ୍ୟକ୍ତି ସର୍ବଦା ଅନ୍ୟକୁ ସାହାଯ୍ୟ ମଧ୍ୟ କରିବାକୁ ପସନ୍ଦ କରିଥାନ୍ତି।
ଯେଉଁ ବ୍ୟକ୍ତିଙ୍କ କାଣି ଆଙ୍ଗୁଠି ସାମନ୍ୟ ଲମ୍ବା ହୋଇଥାଏ ସେପରି ବ୍ୟକ୍ତି ସମାଜରେ ଖୁବ ଶୀଘ୍ର ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।

Leave A Reply