କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର କାର୍ୟ୍ୟକ୍ରମ

0

କୋଣାର୍କ : କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରଵିଵାର ୧୦ ଘଟିକା ସମୟରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ପର୍ୟ୍ୟଟନ ବିଭାଗ ସହାୟତାରେ ସାହିତ୍ୟ ଆସର, ଚିତ୍ରାଙ୍କନ ପ୍ରଦର୍ଶନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସରରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ବରିଷ୍ଠ ଗଵେଷକ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ର, ଅଶୋଭନୀୟ ନିରୋଧ ଆନ୍ଦୋଳନର ସଂପାଦିକା ଅରୁନ୍ଧତୀ ଦେଵୀ, ଐତିହାସିକ ଡଃ ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସାହିତ୍ୟର ବିକାଶ ଦିଗରେ ସାମୁହିକ ପ୍ରୟାସ ଜାରି ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଧରମା ପ୍ରର୍ତିକା ଉନ୍ମୋଚିତ ହେବା ସହ ପୁରୀର ଲେଖିକା ହରପ୍ରିୟା ମିଶ୍ର, କଳ୍ପନା ମିଶ୍ର ସମେତ ଅନ୍ୟ କେତେକ କଵି, କବୟିତ୍ରୀ ମାନଙ୍କ ଦ୍ଵାରା ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସାହିତ୍ୟ ସମାରୋହରେ ୧୦୦ରୂ ଉର୍ଦ୍ଧ କବି କବୟିତ୍ରୀ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ମୃତ୍ୟୁଜଂୟ ରଥ ସଂଯୋଜନା କରିଥିଲାବେଳେ ଵେଳେ ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ର ନାଥ ବାହିନୀପତି ସଂପାଦକୀୟ ଵିଵରଣୀ ପାଠ କରିଥିଲେ।

Leave A Reply