ମୌଳିକ ସାକ୍ଷରତା ଓ ମୂଲ୍ୟାଙ୍କନ ପ୍ରଶିକ୍ଷଣ ଶିବିର

ବେଗୁନିଆ : ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ  ଡ଼ାଳତୋଳା କ୍ଲଷ୍ଟରରେ ଥିବା  ଡାଳତୋଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ମୌଳିକ ସାକ୍ଷରତା ଓ ମୂଲ୍ୟାଙ୍କନ  ପ୍ରଶିକ୍ଷଣ ଶିବିର କରୋନା ନୀତି ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବ୍ଲକରେ ଥିବା ୧୫ ଟି କ୍ଲଷ୍ଟରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସଂଯୋଜକ ରତିକାନ୍ତ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଆରମ୍ଭ ହୋଇଥିବା ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଶିବିରରେ ଡାଳତୋଳା କ୍ଲଷ୍ଟରର ୯ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ । ପ୍ରଶିକ୍ଷକ ଗଣେଶ କୁମାର ସାହୁ ଏବଂ ଫାତମା ବେଗମ ପ୍ରଶିକ୍ଷଣ ଦେଇଥିଲେ । ରାଜ୍ୟ ସରକାର ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ଏହି ପ୍ରଶିକ୍ଷଣ କାର୍ଯ୍ୟ କରିବା ପାଇଁ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦେବା ପରେ  ଆଜି ଏହି ଶିବିର ଆରମ୍ଭ ହୋଇଥିଲା । ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ସାକ୍ଷରତା ଏବଂ ମୂଲ୍ୟାଙ୍କନ ଉପରେ ଜ୍ଞାନ ହାସଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

Comments are closed.