ସଙ୍ଗୀତର ଶକ୍ତି

କଳା ପ୍ରିୟ ବ୍ୟକ୍ତିମାନେ ହିଁ ସଙ୍ଗୀତର ମୂର୍ଚ୍ଛନାକୁ ଅନୁଭବ କରିପାରିଥାନ୍ତି। ତେବେ ସଙ୍ଗୀତର ମାଧୁର୍ୟ୍ୟକୁ ଅନୁଭବ କରିପାରୁନଥିବା ଲୋକଙ୍କୁ ସାଧାରଣରେ ବେରସିକ କୁହାଯାଏ। ସଙ୍ଗୀତର ସୁଲଳିତ ସ୍ବରରେ ଅନେକ ନିଜକୁ ହଜାଇ ଦେଉଥିଲାବେଳେ କେତେକ ବର୍ଗର ଲୋକେ ନିଜ ମନପସନ୍ଦର ଗୀତ ଶୁଣି ଖୁବ୍ ଆତ୍ମସନ୍ତୋଷ ପାଇଥାନ୍ତି। ନିକଟରେ ଆମେରିକାର ବିଶେଷଜ୍ଞଦଳ ବିଭିନ୍ନ ପ୍ରାନ୍ତର ୧୫ହଜାର ଲୋକଙ୍କୁ ନେଇ ଏକ ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଛନ୍ତି।

ସାଢ଼େ ତିନି ବର୍ଷର ପରୀକ୍ଷା ପରେ ତଥ୍ୟ ମିଳିଛି ଯେ ସଙ୍ଗୀତ ଶୁଣିବା ସମୟରେ ଏଥିରେ ନିଜକୁ ହଜାଇ ଦେଉଥିବା ବ୍ୟକ୍ତିଙ୍କ ନିକଟରେ ଲୁକ୍କାୟିତ ଶକ୍ତି ରହିଛି। ପରୀକ୍ଷାରୁ ଜଣାପଡ଼ିଛି, ମାତ୍ର୬% ଲୋକେ ଏହାର ଅନ୍ତର୍ଭୁକ୍ତ। ଯେଉଁ ବ୍ୟକ୍ତିମାନେ କୌଣସି ନିର୍ଦିଷ୍ଟ ସଙ୍ଗୀତ ଶୁଣିବା ସମୟରେ ଆଖିରୁ ଲୁହ ଝରିଆସେ କିମ୍ବା ଦେହ ଶିହରି ଉଠେ, ସେହିମାନେ ହିଁ ବିଶେଷ ଶକ୍ତିର ଅଧିକାରୀ। ଏହି ବର୍ଗର ଲୋକଙ୍କ ମସ୍ତିଷ୍କ ଅଧିକ ଦିନ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ରହିବା ସହ ଏମାନେ ଅନ୍ୟର କ୍ରୂର ଚିନ୍ତାଧାରାକୁ ସହଜରେ ଠଉରାଇ ପାରନ୍ତି।

Comments are closed.