ସପିଙ୍ଗ ମଲରେ ମିଳିବ ବିଦେଶୀ ମଦ- ବିୟର

ମଦ ଦୋକାନ ସାମ୍ନାରେ ଧାଡ଼ି ଲଗାଇବାର ଆବଶ୍ୟକତା ନାହିଁ । ସିଧା ମଲକୁ ଯାଇ ମଦ କିଣିବେ । ନିଜ ମନ ଇଚ୍ଛା ବ୍ରାଣ୍ଡ ବାଛି ପାରିବେ।  ନୁହେଁ। ପୁଣି ଏଣୁତେଣୁ ନୁହେଁ, ପୁରା ବିଦେଶୀ ମଦ ଅର୍ଥାତ୍ ଭାରତ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍ଏଫଏଲ୍) ନୁହେଁ, ପୁରା ବିଦେଶୀ ମଦ । ଯାହା ବିଦେଶରେ ପ୍ରସ୍ତୁତ ହୋଇ ଆସିଥିବ । ଅବଶ୍ୟ  ଏଥିପାଇଁ ଟିକେ ଅଧିକ ମୂଲ୍ୟ ଦେବାକୁ ପଡ଼ିବ । ୭୦୦ ଟଙ୍କା ଉପରକୁ ମଦ କିମ୍ବା ୧୬୦ ଟଙ୍କା ଉପରକୁ ବିୟର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏପରି ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ସରକାର ।

ଉତ୍ତରପ୍ରଦେଶ ସରକାରଙ୍କ ଅବକାରୀ ବିଭାଗ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି । ସପିଂମଲରେ ମଦ ବିକ୍ରି ନିମନ୍ତେ ଅନୁମତି ପ୍ରଦାନ କରିଛି । ଅବକାରୀ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ଭୁସରେଡ଼ି କହିଛନ୍ତି ଯେ ଗତ କିଛି ବର୍ଷ ହେଲା ସପିଙ୍ଗ ମଲରେ ମଦ ବିକ୍ରି ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶର ସପିଙ୍ଗ ମଲରେ ମଦ ବିକ୍ରି ବ୍ୟବସ୍ଥା କରିଛନ୍ତି ।

ଏହି ନିର୍ଦେଶ ପରେ ସପିଂ ମଲରେ ବିଦେଶରୁ ଆମଦାନୀ ହୋଇଥିବା ମଦ, ଭାରତରେ ପ୍ରସ୍ତୁତ ସ୍କଚ, ବ୍ରାଣ୍ଡି, ଜିନ୍ ଓ ୱାଇନ୍ ମିଳିବ । ତେବେ ମଦର ସର୍ବନିମ୍ନ ମୂଲ୍ୟ ୭୦୦ ଟଙ୍କା ରହିବ । ଅର୍ଥାତ୍ ୭୦୦ ଟଙ୍କା ମୂଲ୍ୟ ତଳକୁ ମଦ ଏଠାରେ ମିଳିବ ନାହିଁ। କିନ୍ତୁ ୧୬୦ ଟଙ୍କା ବା ତାହାଠାରୁ ଅଧିକ ମୂଲ୍ୟର ବିୟର ସପିଙ୍ଗ ମଲରେ ମିଳି ପାରିବ । ଏଥିପାଇଁ ସପିଙ୍ଗ ମଲକୁ ବାର୍ଷିକ ୧୨ଲକ୍ଷ ଟଙ୍କା ଲାଇସେନ୍ସ ଫି ଦେବାକୁ ପଡ଼ିବ । ଦୋକାନରେ ଗ୍ରାହକଙ୍କ ପ୍ରବେଶ ଓ ନିଜ ଇଚ୍ଛା ଅନୁସାରେ ବ୍ରାଣ୍ଡ ବାଛିବାକୁ ସୁବିଧା ମିଳିବ । ଏହି ଦୋକାନ ଶୀତତାପନିୟନ୍ତ୍ରିତ ହେବ, କିନ୍ତୁ ଦୋକାନରେ ମଦ ପିଇବାକୁ ଅନୁମତି ମିଳିବ ନାହିଁ । ଚୋରା ମଦ ବିକ୍ରି ରୋକିବା କ୍ଷେତ୍ରରେ ଏହା ପ୍ରଭାବଶାଳୀ ହେବ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ।

Comments are closed.