୪୮୦କେ.ଜି ମହୁଲ ପୋଚ ସହ ମଦ ଜବତ ,ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକର ମଥୁରା ଏବଂ ରାମ୍ଭିକଟା ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଶନିବାର ଅବକାରୀ ବିଭାଗ ଚଢଉ କରି ୪୮୦ କେ.ଜି ମହୁଲ ପୋଚ ସହିତ ୧୧ ଟି ବିୟର ବୋତଲ ଏବଂ ୧୦ଲିଟର ଦେଶୀ ମହୁଲି ମଦ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ମଥୁରା କୋଡାସାହିର କେନାଲ ହୁଡା ଅଞ୍ଚଳରେ ଚଢଉ କରି ୪୮୦କେ.ଜି ଓଜନର ମହୁଲ ପୋଚ ନଷ୍ଟ କରିଥିଲା। ଦ୍ୱିତୀୟ ଦଫାରେ ରାମ୍ଭିକଟାରେ ଚଢଉ କରି ଶୁଶାନ୍ତ ଜେନା(୩୮)ଙ୍କଠାରୁ ୧୧ଟି ବିୟର ବୋତଲ(୭.୬୫୦ଲିଟର) ବିଦେଶୀ ମଦ ସହ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏ ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଆଜି ଚଢଉ ସମୟରେ ବୌଦ୍ଧ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧାରୁଆ,ହରଭଙ୍ଗା ଅବକାରୀ ସବ ଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି,ରୁପେଶ ମୁଖୀ,ପବିତ୍ର କୁମାର ଜଗଦେବ,ପଞ୍ଚମୀ ବେହେରା,ଅଞଳି ଅମାତ ପ୍ରମୁଖ ଚଢଉରେ ସାମିଲ ଥିଲେ।

Comments are closed.