ଅଭିନବ ଉପାୟରେ ଲୁଚା ଯାଇଥିବା ମଦ ଜବତ

ପୁରୀ : ପୁରୀ ଜିଲା କୃଷ୍ଣପ୍ରସାଦପୁର ବ୍ଲକ ଅନ୍ତର୍ଗତ ପାଇକସାହି, ବାଲିପାଟପୁର, ମାଳୁଦ ଓ ପଥରଗଞ୍ଜ ଅଞ୍ଚଳରେ ସୋମବାର ଅବକାରୀ ବିଭାଗ ଓ ବ୍ରହ୍ମପୁର ଗୁଇନ୍ଦା ବିଭାଗ ମିଳିତ ଚଢାଉ କରିଛି। ଚଢାଉ ସମୟରେ ଅଭିନବ ଉପାୟରେ ବିଲ ଭିତରେ ଗାତ କରି ପୋତା ଯାଇଥିବା ପେଟି ପେଟି ମଦ ଜବତ ହୋଇଛି। ଏହାସହ ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

Comments are closed.