ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ଜଣ କୋର୍ଟ ଚାଲାଣ

ଲକ୍ଷ୍ମୀପୁର: କୋରାପୁଟ ଜିଲା ନାରାୟଣପାଟଣା ବ୍ଲବକ ସଦରରୁ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ଓ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଞ୍ଚଳରେ ଅବାଧ୍ୟ ଭାବେ ମଦ ଗଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଟିମ୍‍ ପୂର୍ଣ୍ଣଚନ୍ଦ୍ର ପୁରିସେଠୀ ଓ ଶ୍ରୀକାନ୍ତ ଚୌଧୁରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରୁ ଶହେ ଚାରିଲିଟର ବିଦେଶୀ ମଦ ସହିତ ୨୨ ଲିଟର ବିୟର ଓ ଏକ ଫ୍ରିଜ ଜବତ କରାଯାଇଛି। ଯାହାର ମୂଲ୍ୟ ସେହିପରି ଶ୍ରୀକାନ୍ତ ଚୌଧୁରୀଙ୍କ ଘରୁ ୮୧ ଲିଟି ବିଦେଶୀ ମଦ ସହିତ ୧୫୭ ଲିଟର ବିୟର ଓ ଏକ ଫ୍ରିଜ୍‍ ଜବତ କରାଯାଇଛି।

ଜବତ ସମସ୍ତ ମଦ ଓ ବିୟରର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ। ପ୍ରମୋଦ କୁମାର ବାଣୁଆ ସଦର ଅବକାରୀ ନିରୀକ୍ଷକ, ଉପନିରୀକ୍ଷକ ଏସଆଇ କୁମାର ରଥ, ଖଗେଶ୍ୱର କୋଟା ଏସଆଇ ଡିଏଫଏସ, ଅବକାରୀ କର୍ମଚାରୀ, ଏପିଆର ଫୋର୍ସ ଓ ସ୍ଥାନୀୟ ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ତବେ ଏହି ମଦଗୁଡ଼ିକ କେଉଁ ଆଡ଼ୁ ଆସିଥିଲା ବୋଲି ପଚାରିବାରୁ ଏହାର ନେତୃତ୍ୱ ନେଇଥିବା ଶ୍ରୀ ବାଣୁଆ ସେକଥା ଜଣା ପଡ଼ି ନାହିଁ ବୋଲି କାହିଥିଲେ। ଜବତ ସମସ୍ତ ମଦ ଓ ଆଶାମୀ ଦ୍ୱୟଙ୍କୁ ଲକ୍ଷ୍ମୀପୁର ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ସନ୍ଧ୍ୟାରେ ଏଠାରେ ହିଶାବ କରାଯିବା ସହିତ ଦୁଇଜଣଙ୍କୁ କୋର୍ଟ ଚଲାଣ କରାଯାଇଛି। ତେବେ ସରକରୀ ଭାବେ ଜବତ ମଦ ଓ ବିୟର ମୂଲ୍ୟ ଯେତିକି ବିକ୍ରି ମୂଲ୍ୟ ଦ୍ୱଗୁଣିତ ହେବ ବୋଲି ଜଣା ଯାଇଛି।

ସୂଚନାଯୋଗ୍ୟ, ନାରାୟଣପାଟଣା ବ୍ଲକରେ ଦେଶୀ ଓ ବିଦେଶୀ ମଦ କାରବାରକୁ ନେଇ ଚାଷୀମୂଲିଆ ଆଦିବାସୀ ସଂଘ ୨୦୦୬ରୁ ଆନ୍ଦୋଳନ ଚଳାଇଥିଲା। ଏପରିକି ଏଥିବାଇଁ ଆନ୍ଦୋଳନ ତ୍ରୀବ୍ରତର ହେବା ସହିତ ଏଥିପାଇଁ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ଯାହା ଫଳରେ ଦେଶୀ ଓ ବିଦେଶୀ ମଦ କାରବାର ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ତେବେ ଆନ୍ଦୋଳନ ଥମିଯିବା ପରେ ମଦ କାରବାର ପୁଣି ବୃଦ୍ଧି ପାଇଛି।

Comments are closed.