୮ଶହ ଲିଟର ପୋଚ ନଷ୍ଟ, ୫ ଲିଟର ଦେଶୀ ମଦ ଜବତ 

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରେ ଆଜି ମଦ ପ୍ରସ୍ତୁତ ଚାଲିଥିବାବେଳେ ବେଗୁନିଆ ଥାନା ଏବଂ ଧଳାପଥର ଫାଣ୍ଡି ପୋଲିସ ଖବର ପାଇ ସମ୍ପୃକ୍ତ ସ୍ଥାନରେ ମିଳିତ ଚଢ଼ାଉ କରିଥିଲେ ।ଚଢ଼ାଉ ସମୟରେ ୫ ଲିଟର ଦେଶୀ ମଦ ଜବତ କରି ୮ ଶହ ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି ।ବେଗୁନିଆ ଥାନା ଏସଆଇ ଶ୍ରୀକାନ୍ତ କୁମାର ପଣ୍ଡା ଆଜି ଖବର ପାଇ ଧଳାପଥର ଫାଣ୍ଡି ଅଧିକାରୀ ଶରତ କୁମାର ବେହେରା ଏବଂ ଥାନା ଓ ଫାଣ୍ଡି କର୍ମଚାରୀଙ୍କ ମିଳିତ ସହାୟତାରେ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉର ପୂର୍ବ ସୂଚନା ପାଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି ।

Comments are closed.