ଅବକାରୀ ବିଭାଗର ୫ଟି ସ୍ଥାନରେ ଚଢଉ : ୬.୪୦ କ୍ବିଣ୍ଟାଲ ମହୁଲ ପୋଚ ସହ ୧୦ଲିଟର ମଦ ଜବତ

ହରଭଙ୍ଗା : ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶରେ ହରଭଙ୍ଗା ବ୍ଲକର ପୃଥକ ପୃଥକ ୫ଟି ସ୍ଥାନରେ ଅବକାରୀ ବିଭାଗ ଗୁରୁବାର ଚଢଉ କରି ୬.୪୦ କ୍ବିଣ୍ଟାଲ ମହୁଲ ପୋଚ ସହିତ ୧୦ଲିଟର ଦେଶୀ ମହୁଲି ମଦ ସହ ମଦ ପ୍ରସ୍ତୁତ ସାମଗ୍ରୀ ଡେକଚି,ପ୍ଲାଷ୍ଟିକ ଡ୍ରମ ଆଦି ଜବତ କରିଥିବା ଜଣାପଡ଼ିଛି। ତେବେ ଏଥିରେ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ବ୍ଲକର ନୂଆପଡା,କୋଡାସାହି,ଚଣ୍ଡିପୁର,ସାମ୍ପୋଚ୍‍,ରାମ୍ଭିକଟା ଭଳି ପାଂଚୋଟି ସ୍ଥାନରେ ଅବକାରୀ ବିଭାଗ ଚଢଉ କରିଥିଲା। ଆଜି ଚଢଉ ବେଳେ ବୌଦ୍ଧ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧାରୁଆ, ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ।ସୂଚନା ଥାଉ କି ଗତ ୨୦ତାରିଖ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ କରଡି କୋଡାସାହି କେନାଲ ହୁଡା ଅଞ୍ଚଳରୁ ୫ହଜାର୨ଶହ କେ.ଜି ମହୁଲ ପୋଚ ସହିତ ମଦ ଜବତ କରାଯାଇଥିଲା।ଏହି ଘଟଣା ଅବକାରୀ କାର୍ଯ୍ୟାଳୟଠାରୁ ୩କିଲୋମିଟର ଦୂରରେ ଚାଲିଥିବା ବେଳେ ଏତେ ବଡଧରଣ ଚୋରା ମଦକାରବାର ସଂର୍ପକରେ ଅବକାରୀ ବିଭାଗ ପାଖରେ ଖବର ନଥିବା ଏବଂ ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.