ଲଟେରି ଆଧାରିତ ମଦ ଦୋକନ ଲାଇସେନ୍ସ, ହାଇକୋର୍ଟରେ ସରକାରୀ ନିଷ୍ପତ୍ତି କାୟମ

କଟକ: ଲଟେରି ମାଧ୍ୟମରେ ମଦ‌‌ ଦୋକାନ ଲାଇସେନ୍ସ ପ୍ରଦାନ ନଷ୍ପତ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଉଚ୍ଚନ୍ୟାୟାଳୟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଏସ.ମୁରଲୀଧର ଓ ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ପୀଠ ଏ ସମ୍ପର୍କତ ୨୦ରୁ ଅଧିକ ମାମଲାକୁ ଖାରଜ କରିଛନ୍ତି। ମଦ ଦୋକାନ ଲାଇସେନ୍ସ ଲଟେରି ବ୍ୟବସ୍ଥାରେ ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ସରକାର ଅବକାରୀ ଆଇନ ଓ ନୀତିରେ ସଂଶୋଧନ ଆଣି ୨୦୨୧, ଜାନୁଆରୀ ୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ଫେବୃଆରୀ ୨‌୬ରେ ଅବକାରୀ ବିଭାଗ ଲଟେରି ନିୟମାବଳୀ ଜାରି କରିଥିଲା। ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲାପାଳ ସେମାନଙ୍କ ଜିଲାରେ ଥିବା ମଦ ଦୋକାନ ଲାଇସେନ୍ସ ଲଟେରି ବ୍ୟବସ୍ଥାରେ ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏପରି ବ୍ୟବସ୍ଥାକୁ ବିରୋଧ କରି କେତେକ ପୁରୁଣା ବ୍ୟବସାୟୀ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଲଟେରି ବ୍ୟବସ୍ଥା ଆଇନ ସମ୍ମତ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା।

Comments are closed.