ବିଷାକ୍ତ ମଦ ନେଲା ୩୮ ଜୀବନ

ପଞ୍ଜାବର ଅମୃତସର, ବାତଲା, ତରନ ତରନ ଜିଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍‍ ୨୯ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ ୫ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ ୩୦ ରାତିରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ବାତଲାରେ ୮ଜଣଙ୍କର ମୃତ୍ୟୁ ସମ୍ପର୍କରେ ରିପୋର୍ଟ ମିଳିଥିଲା। ତରନ ତରନ ଜିଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ମଦ ମୃତ୍ୟୁ ଘଟଣାରେ ଅମୃତସର ତରସିକ୍‍କା ଗ୍ରାମରୁ ବଲବିନ୍ଦର କୌର ନାମକ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଜଳନ୍ଧର ଡିଭିଜନାଲ କମିସନରଙ୍କ ନେତୃତ୍ୱରେ ତଦନ୍ତ କମିସନ ଗଠନ କରାଯାଇଛି। ତଦନ୍ତରେ ସହଯୋଗ ପାଇଁ କମିସନ ଯେକୌଣସି ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହଯୋଗ ନେଇ ପାରିବେ। ଏହା ପ୍ରତି ଜିଲାସ୍ତରରେ ଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି। ରାଜ୍ୟର କେଉଁ କେଉଁ ସ୍ଥାନରେ ବିଷାକ୍ତ ମଦ ପ୍ରସ୍ତୁତ କରାଯାଉଛି ତାହା ଠାବ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

Comments are closed.