ଚୌଦ୍ୱାରରୁ ଦେଶୀ ମଦ ଜବତ, ଗାଡି ଚାଳକ ଅଟକ

ଚୌଦ୍ୱାର: ଏକ ଦାମୀ କାରରେ ଦେଶୀ ମଦ ନେଇ ଯାଉଥିବା ଗାଡିକୁ ଚୌଦ୍ୱାର ପୁଲିସ ବୁଧବାର ରାତି ୧୦ଟା ସମୟରେ ଚୌଦ୍ୱାର ଥାନା ସମ୍ମୁଖରୁ ଜବତ କରିଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁଯାୟୀ ଏକ ଦାମୀ କାରରେ ଆଠଗଡ ଅଞ୍ଚଳରୁ ୧୦ଟି ବ୍ଲାଡରରେ ଦେଶୀ ମଦ ନେଇ ଯାଉଥିବା କୌଣସି ସୁତ୍ରରୁ ପୁଲିସ ଖବର ପାଇଥିଲେ। ଖବରପାଇ ପୁଲିସ ପିଛାକରି ଗାଡିକୁ ଚୌଦ୍ୱାର ଥାନାର କିଛି ଦୁରରେ ଅଟକାଇବା ପରେ ଗାଡିକୁ ଛାଡି ଡ୍ରାଇଭର ଦୌଡି ପଳାଇଥିଲା। ତେବେ ପୁଲିସ ଓ ସ୍ଥାନୀୟ ଲୋକେ ତାକୁ କାବୁ କରି ନେଇଥିଲେ। ସମ୍ପୃକ୍ତ ଡ୍ରାଇଭରର ନାମ ରୋହିତ ସାହୁ ଓ ସେ ଆଠଗଡ ଥାନା ଆଙ୍କୁଲା ଗ୍ରାମର ବୋଲି ପୁଲିସ କହିଛି।

Comments are closed.