ବେଆଇନ ମଦ ଜବତ ; ଜଣେ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ସ୍ଥାନୀୟ ଗଜଲକ୍ଷ୍ମୀ ସାହିରେ ଚଢାଉ କରି ୩୫ ଲିଟର ବେଆଇନ ବିଦେଶୀ ମଦ ଜବତ କରିଛି । ପୁଲିସ ସୂଚନା ମତେ ବେଆଇନ ମଦ ବିକ୍ରି ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏଏସ୍ଆଇ ଶରତ କୁମାର ସାହୁ ଗଜଲକ୍ଷ୍ମୀ ସାହିର ମାନସ ରଞ୍ଜନ ଦଳେଇଙ୍କ ଘର ଉପରେ ଚଢାଉ କରିଥିଲେ । ମାନସଙ୍କ ଘରେ ଥିବା ଫ୍ରିଜରୁ ୩୫ଲିଟର ବିଭିନ୍ନ କମ୍ପାନୀର ବିଦେଶୀ ମଦ ପୁଲିସ ଜବତ କରିଥିଲେ। ବେଆଇନ ମଦ ରଖିବା ଓ ବିକ୍ରି କରିବା ଅଭିଯୋଗରେ ମାନସକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Comments are closed.