ଅବକାରୀ ବିଭାଗର ଚଢ଼ାଉ ; ୩ ଗିରଫ

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ଟାଙ୍ଗରପଡାର ରୁଦ୍ର ନାଏକ (୨୨) ଙ୍କ ଠାରୁ ୩୦ ଲିଟର ମହୁଲି ମଦ, ରାଜନଗର ର ମଦନ ମୁଣ୍ଡା (୫୫) ଙ୍କ ଠାରୁ ୧୦ଲିଟର ଓ ଦେଉଳିଆ ପଶି ର ଗହ୍ମାରାମ ମହାନ୍ତ(୪୦) ଙ୍କ ଠାରୁ ୧୦ ଲିଟର ମହୁଲି ମଦ ଜବତ କରାଯାଇଛି । ଏହା ସହ ସମସ୍ତ ୩ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି, ଅତିରିକ୍ତ ଅଧିକାରୀ ଜଗନ୍ନାଥ ଭିତିରିଆ, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ସାମିଲ ଥିଲେ।

Comments are closed.