ତରଳୀକୃତ ଅକ୍ସିଜେନ ପରିବହନ ପାଇଁ ସୁରକ୍ଷା ସଂଗଠନକୁ ଅନୁମତି

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ- ଡି.ପି.ଆଇ.ଆଇ.ଟି. ତରଳୀକୃତ ଅକ୍ସିଜେନର ଦେଶୀୟ ପରିବହନ ପାଇଁ ପେଟ୍ରୋଲିୟମ୍‍ ଓ ବିସ୍ଫୋରକ ପଦାର୍ଥ ସୁରକ୍ଷା ସଂଗଠନକୁ ଅନୁମତି ପ୍ରଦାନ କରିଛି। ଏହିସବୁ ପଦାର୍ଥ ପରିବହନ କରିବା ପାଇଁ ଆଇ.ଏସ୍‍.ଓ. ଟ୍ୟାଙ୍କ କଣ୍ଟେନରଗୁଡ଼ିକରୁ ଚଳାଚଳ ଆରମ୍ଭ କରାଯିବ। କରୋନା ସଂକ୍ରମଣ ଯୋଗୁଁ ଆଇ.ଏସ୍‍.ଓ. କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ସିଜେନର ପରିବହନ ପାଇଁ ଆବଶ୍ୟକତା ଦେଖାଦେଇଛି। ଦେଶ ଭିତରେ ଆଇ.ଏସ୍‍.ଓ. କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ସିଜେନର ପରିବହନ ଦ୍ୱାରା ସେଗୁଡ଼ିକୁ ନିରାପଦରେ ବିଭିନ୍ନ ସ୍ଥାନରେ ପହଞ୍ଚାଯାଇ ପାରିବ।

ଅକ୍ସିଜେନ ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସହ ବିଚାରବିମର୍ଶ କରିବା ପରେ ଆଇ.ଏସ୍‍.ଓ. ଟ୍ୟାଙ୍କ କଣ୍ଟେନରରେ ଦେଶ ଭିତରେ ଅକ୍ସିଜେନ ପରିବହନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଏ କ୍ଷେତ୍ରରେ ଏହା ସହ ସଂପୃକ୍ତ ପକ୍ଷଗୁଡ଼ିକୁ ମଧ୍ୟ ବିଚାର ବିମର୍ଶ କରାଯାଇଥିଲା। ଏହି ଅନୁମତି କେବଳ ବର୍ଷେ ପାଇଁ ଦିଆଯାଇଛି।

Comments are closed.