ପାର୍ବଣରେ ଲଗାନ୍ତୁ ଗାଢ଼ ଲିପଷ୍ଟିକ୍

ଏଥରକର ପାର୍ବଣକୁ ସତର୍କତାର ସହ ଘରେ ପାଳନ୍ତୁ। ବାହାରକୁ ନ ଯାଇ ମଧ୍ୟ ଜ୍ଞାତିପରିଜନଙ୍କ ସହ ଅନ୍-ଲାଇନ୍‌ରେ ଦେଖା କରିପାରିବେ। ପାର୍ବଣ ପାଇଁ ନିଶ୍ଚିତ ଭାବେ ପୋଷକ, ପରିପାଟୀ ସହ ମ୍ୟାଚିଂ ଗହଣା କିଣାସରିଥିବ। ନିଜ ସାଜସଜ୍ଜାରେ ମେକ୍‌ଅପ୍‌କୁ ଯେପରି ପ୍ରମଖୁତା ଦେବାକୁ ଭୁଲିନଯାନ୍ତି। ଯୁବତୀ ଓ ମହିଳାମାନେ ପର୍ବପର୍ବାଣିରେ ଏଥିନିକ୍ ପୋଷାକ ଯେପରି ଶାଲୱାର-କମିଜ୍, ଘାଗରା-ଚୋଲି ଓ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। ଏସବୁ ପରିଧାନ ସହ ଲିପଷ୍ଟିକ୍‌ ଗାଢ଼ ରଙ୍ଗର ହିଁ ମନୋନୀତ କରନ୍ତୁ।

ତ୍ବଚାରେ ଏକ ଚମକ ଆଣିଥାଏ ଗାଢ଼ ରଙ୍ଗର ଲିପ୍‌ଷ୍ଟିକ୍। ଲାଲ, ବାଦାମୀ, ଗୋଲାପୀ ଇତ୍ୟାଦି ଗାଢ଼ ରଙ୍ଗରୁ ନିଜ ପାଇଁ କୌଣସି ଗୋଟିଏ ମନୋନୀତ କରି ଓଠରେ ଲଗାନ୍ତୁ।

ଲିକ୍ୟୁଡ୍‌ ଲିପ୍‌ଷ୍ଟିକ୍‌ କିଣିବା ଭଲ। ଏହା ସହ ଏହାର ପ୍ରୟୋଗ ପୂର୍ବରୁ ପ୍ରଥମେ ସ୍କ୍ରବ୍ କରିନେବେ। ସ୍କ୍ରବ୍ ନଥିଲେ ଚିନି ଓ ମହୁକୁ ମିଶାଇ ଓଠରେ ମାଲିସ୍ କରି ୨ ମିନିଟ୍ ପରେ ଲିପ୍ ବାମ୍ ଲଗାଇ ନିଅନ୍ତୁ। ଏବେ ଲିିପ୍‌ଷ୍ଟିକ୍‌ ଲଗାଇପାରିବେ।

ଲିିପ୍‌ ଲାଇନର୍‌ ସହ ଲିିପ୍‌ଷ୍ଟିକ୍ ଲଗାଇଲେ ଆପଣ ଅଧିକ ଆକର୍ଷଣୀୟ ଦେଖାଯିବେ। ତେବେ ଘରକୁ ଫେରିବା ପରେ ନଡ଼ିଆତେଲ ଓଠରେ ଲଗାଇ ଭଲରେ ପରିଷ୍କାର କରିବା ପରେ ହିଁ ଶୋଇବେ।

Comments are closed.