ସୌନ୍ଦର୍ଯ୍ୟକୁ ବଢାଇବା ସହ ଲିପଷ୍ଟିକର ରହିଛି ଅନେକ ଉପକାରିତା

ମେକଅପ ଝିଅ ମାନଙ୍କ ଠାରୁ ଆରମ୍ଭ କରି ବିବାହିତା ମହିଳା ସଭିଁଙ୍କ ଦୁର୍ବଳତା ଅଟେ। ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ପ୍ରକାର ମେକଅପ କରିବାକୁ ପଡ଼ିଥାଏ। ମୁହଁର ମେକଅପ କରିବା ବେଳେ ସଭିଏଁ ଓଠର ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଓଠର ମେକପଅ ହିଁ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ। ଏହାସହ ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ ମଧ୍ୟ ଦେଇଥାଏ। ଓଠର ମେକପାଇଁ ଲିପଷ୍ଟିକ, ଲିପ ଲାଇନର,ଗ୍ଲସ ଆଦିର ବ୍ୟବହାର କରାଯାଇଥାଏ। ନିଜର ମୁହଁର ରଙ୍ଗ ଅନୁଯାୟୀ ଆପଣ ଲିପଷ୍ଟକ ବାଛି ଲଗାଇବା ଆବଶ୍ୟକ। ଲିପଷ୍ଟିକ ମୁହଁର ସୌନ୍ଦର୍ଯ୍ୟ ବଢାଇବା ସହ ଏହାର ବହୁ ଉପକାରିତା ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା କ’ଣ ରହିଛି ଲିପଷ୍ଟିକର ଉପକାରିତା….
ସୂର୍ଯ୍ୟକିରଣରୁ ଏହା ଓଠକୁ ରକ୍ଷା କରିବା ସହ ଓଠକୁ କୋମଳ କରିଥାଏ।
ସଠିକ ରଙ୍ଗର ଲିପଷ୍ଟିକ ବାଛି ଲଗାଇଲେ ଆପଣଙ୍କ ସୋନ୍ଦର୍ଯ୍ୟ ବଢିଯାଏ।
ଲିପଷ୍ଟିକ ଲଗାଉଥିବା ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ଓ ଧୈର୍ଯ୍ୟବାନ ବୋଲି ମଧ୍ୟ ଏକ ଗବେଷଣାରୁ ଜଣାପଡ଼ିଛି।
ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିଥାଏ।
ଫଳରେ କଠିନ ପରିସ୍ଥିତିରେ ମଧ୍ୟ ସାହସର ସହ କାର୍ଯ୍ୟ କରିଥାଆନ୍ତି।
ନିଜର ପୋଷାକ ସହ ଲିପଷ୍ଟିକ ରଙ୍ଗ ମ୍ୟାଚ କରି ଲଗାଇବା ଦ୍ୱାରା ଆପଣଙ୍କ ଭିନ୍ନ ଲୁକ ଓ ସୁନ୍ଦରତା ବଢିଯାଏ।

Comments
Loading...