ଲାୟନ୍ସ କ୍ଲବ ଭୁବନେଶ୍ବର ସିଟି ପକ୍ଷରୁ ଗ୍ରାମବାସୀଙ୍କୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନାରେ ୧୦୦କିଟ୍‌ ବିତରଣ

ଭୁବନେଶ୍ବର:ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ବର ସିଟି ଅଫ୍ ଡିଷ୍ଟ୍ରିକ୍ଟ ୩୨୨ସି୪ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ପାତ୍ରପଡ଼ା ଜନ ସେବା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦୦ ଗ୍ରାମବାସୀଙ୍କୁ ମାସ୍କ, ହ୍ୟାଣ୍ଡ୍‌ୱାସ ଓ ସାନିଟାଇଜର ଆଦି ୧୦୦ଟି କିଟ୍‌ ବିତରଣ କରାଯାଇଥିଲା ଏବଂ ସେଠାରେ କୋଭିଡ୍‌-୧୯ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଲାୟନ୍ ବିଜୟ କୁମାର ସାହୁ, ସୁଶେନ୍ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁରେଶ ଚନ୍ଦ୍ର ସାହୁ, ଶରତ ବେହେରା, ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.