କରୋନା ମୁକାବିଲା : ୮ କୋଟି ଟଙ୍କା ଲେଖାଏଁ ଦାନ କଲେ ମେସି ଓ ଗ୍ବାର୍ଡିଲୋ

ବାର୍ସିଲୋନା : କରୋନା ଭାଇରସ୍ ବିଶ୍ବକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ପାଇଁ ବିଶ୍ବରେ ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି। ଏଭଳି ପରିସ୍ଥିତିରେ କରୋନା ଭାଇରସର ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାର୍ସିଲୋନା ଫରୱାର୍ଡ ଲିଓନେଲ ମେସି ଓ ମାଞ୍ଚେଶ୍ବର ସିଟି ମ୍ୟାନେଜର ପେକ୍‌ ଗ୍ବାର୍ଡିଲୋ। ଉଭୟ ମେସି ଓ ଗ୍ବାର୍ଡିଲୋ ଏକ ମିଲିୟନ ଲେଖାଏଁ ଦାନ କରିଛନ୍ତି। ଏହା ଭାରତୀୟ ମୁଦ୍ରାରେ ୮.୨୬ କୋଟି ଟଙ୍କା। ଆର୍ଜେଣ୍ଟିନା ଫରୱାଡ ମେସି ବାର୍ସିଲୋନାର ଏକ ମେଡ଼ିକାଲ କ୍ଲିନିକ୍‌ ଓ ନିଜ ଦେଶର ଏକ ମେଡ଼ିକାଲ ସେଣ୍ଟରକୁ ଏହି ଅର୍ଥ ଦେଇଥିବା​‌ ମାର୍କା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭାଇରସ୍ ସହ ମୁକାବିଲା ପାଇଁ ମେସି ମେଡ଼ିକାଲ କଲେଜକୁ ଅର୍ଥ ଦାନ କରିଛନ୍ତି। ତୁମ ସମର୍ଥନ ପାଇଁ ଧନ୍ୟବାଦ ବୋଲି ମେଡ଼ିକାଲ କଲେଜ ପକ୍ଷରୁ ମେସିକୁ କୁହାଯାଇଛି। ପୂର୍ବତନ ବାର୍ସିଲୋନା ଖେଳାଳି ତଥା ମ୍ୟାନେଜର ଗ୍ବାର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେସନ ଓ ମେଡ଼ିକାଲ କଲେଜ ଅଫ ବାର୍ସିଲୋନା ଦ୍ବାରା କରାଯାଇଥବା କାର୍ଯ୍ୟକ୍ରମ ଜରିଆରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଗ୍ବାର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେସନ ଜରିଆରେ ଏକ ନିୟୁତ ୟୁରୋ ଦାନ କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟ ସର୍ମ୍ପର୍କିତ ସରଞ୍ଜାମ ଓ କରୋନା ଭାଇରସ ସହ ଲଢେଇ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି।

Comments are closed.