ବସ ଷ୍ଟାଣ୍ଡରେ ସିଂହ କରୁଛନ୍ତି ଗଧ ଶିକାର ; ଭିଡ଼ିଓ ଭାଇରାଲ

ଗୁଜୁରାଟ : ସିଂହ ଶିକାର କରୁଥିବା ଦୃଶ୍ୟର ଭିଡ଼ିଓ ଅନେକ ଥର ଦେଖିଥିବେ। ମାତ୍ର ଜନବସତି ଅଂଚଳକୁ ଆସି ସିଂହ ଶିକାର କରିଥିବା ଦୃଶ୍ୟ ଏବେ ଖୁବ ଭାଇରାଲ ହେଉଛି। ଗୁଜୁରାଟର ଆମ୍ରେଲି ଜଙ୍ଗଲ ଠାରୁ ୨୦ କିମି ଦୂରରେ ଅବସ୍ଥିତ ମୋରଜ ଗାଁର ବସ ଷ୍ଟାଣ୍ଡ ନିକଟରେ ୩ ରୁ ଅଧିକ ସିଂହ ଏକ ଗଧର ଶିକାର କରୁଛନ୍ତି। ଦୀର୍ଘ ସମୟ ଧରି ସିଂହମାନେ ଏହି ସ୍ଥାନରେ ବୁଲିଥିଲେ। ସେହି ବାଟ ନିକଟରେ ଯାଉଥିବା ବ୍ୟକ୍ତି ଏହାକୁ ଅତି ସତର୍କତାର ସହ ରେକର୍ଡ଼ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମତାନୁଯାୟୀ, ଏହି ଗାଁ ନିକଟ ଜଙ୍ଗଲରେ ଅନେକ ସିଂହ ବୁଲାବୁଲି କରନ୍ତି। ବନ ବିଭାଗ ଆସି ସେମାନଙ୍କୁ ଘଉଡ଼ାଇ ଥାଆନ୍ତି। ଗ୍ରାମବାସୀ ଘଟଣା ବିଷୟରେ ଜାଣି ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ସିଂହମାନଙ୍କୁ ଘଉଡ଼ାଇଥିଲେ। ମାତ୍ର ସ୍ଥାନୀୟବାସୀ ଏହି ଘଟଣା ପରେ ଭୟଭୀତ ହୋଇଛନ୍ତି। ବନବାସୀଙ୍କ ମତରେ ସିଂହମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛନ୍ତି।

Comments are closed.