ଫଟୋ ସୁଟ୍‍ ପାଇଁ ଯାଇଥିଲେ ; ଟେଣ୍ଟ ନିକଟରେ ପହଞ୍ଚିଲା ସିଂହ

ଚିନ୍ତା କରନ୍ତୁ ଆପଣ ଜଙ୍ଗଲରେ କ୍ୟାମ୍ପଙ୍ଗ୍‍ (ଶିବିର)ରେ ଥିବା ସମୟରେ ରାତି ସମୟରେ ହଠାତ ସେଠାରେ ଏକ ସିଂହ ଆସିଯାଏ, ତେବେ ଆପଣଙ୍କ ଅବସ୍ଥା କିପରି ହେବ ? ଏପରି ହିଁ ଏକ ଘଟଣା ବୋସ୍ତବାନାରେ ଘଟିଛି। ଏଠାରେ ଜଣେ ସିନେମାଟ୍ରୋଗ୍ରାଫର ନିଜ ଭିଣେଇ ସହ କିଛି ସୁଟିଂ କରିବାକୁ ଯାଇଥିଲେ। ମାତ୍ର ସେହି ସମୟରେ ତାଙ୍କ ସମ୍ମୁଖରେ ଏପରି ଘଟଣା ଘଟିଲା, ତାଙ୍କ ଖୁବ ଭୟଙ୍କର। ସେମାନଙ୍କ କ୍ୟାମ୍ପଙ୍ଗ ଟେଣ୍ଟ ନିକଟରେ ହଠାତ ଏକ ସିଂହ ବୁଲୁଥିବାର ଦେଖିଲେ। ଉକ୍ତ ବ୍ୟକ୍ତିଙ୍କ କହିବାନୁଯାୟୀ, ସେ ଭୋର ୬ଟା ସମୟରେ ଉଠି ଦାନ୍ତ ଘଷୁଥିବା ସମୟରେ ସିଂହଟିକୁ ଦେଖି ହଠାତ ଅ।ଶ୍ଚର୍ଯ୍ୟ ହୋଇଗଲେ। ସିଂହଟିର ଆଖି ଜଳୁଥିବା ଭଳି ଦେଖାଗଲା। ବ୍ୟକ୍ତି ଜଣଙ୍କ ନିଜ ଭିଣେଇଙ୍କୁ କାରରେ ବସିବାକୁ କହିବା ସହ ଖୁବ ସତର୍କତାର ସହ ଟେଣ୍ଟ ନିକଟରେ ସିଂହ ବୁଲୁଥିବାର ଦୃଶ୍ୟକୁ ରେକର୍ଡ କଲେ। ଏହାପରେ ସିଂହଟି ହଠାତ ଟେଣ୍ଟ ଭିତରକୁ ଯାଇ କିଛି ଖୋଜିବା ଭଳି କାର୍ଯ୍ୟ କରିବା ସହ ଆକ୍ରମଣ ଉଦ୍ଦେଶ୍ୟରେ ନଥିଲା ଭଳି ଜଣାପଡୁଥିଲା। କିଛି ସମୟ ପରେ ସିଂହଟି ହଠାତ ଜଙ୍ଗଲ ଭିତରକୁ ପଳାଇଲା।

 

Comments are closed.