ଜଙ୍ଗଲ ରାଜାର ହୋଟେଲ ଭ୍ରମଣ

ଗୁଜରାଟ : ଗୁଜୁରାଟର ଜୁନାଗଡର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଜୁନାଗଡ଼ରେ ସ୍ଥିତ ଏକ ହୋଟେଲର ପରିସରରେ ଏକ ସିଂହ ଖୁବ ଆରାମରେ ଚଳପ୍ରଚଳ କରୁଛି। ଭିଡିଓଟିରେ ସମ୍ପୂର୍ଣ୍ଣଭାବେ ଦେଖାଯାଉଛି ସିଂହଟି ସିକ୍ୟୁରିଟିଗାର୍ଡର କ୍ୟାବିନର ଅତି ନିକଟରେ ଆସି ବୁଲୁଛି।
ହାଇୱେ ନିକଟରେ ସ୍ଥିତ ଏହି ହୋଟେଲକୁ ପାଖ ଜଙ୍ଗଲରୁ ସିଂହଟି ଆସିଯାଇଛି ବୋଲି ଅନୁମାନ କରାଯାଉଛି। ସିଂହଟି ସକାଳ ସମୟରେ ହୋଟେଲ ମଧ୍ୟରେ ପ୍ରବେଶ କରିଥିବାରୁ ବିଶେଷ ଭାବେ ସେହି ସମୟରେ କେହି ବ୍ୟକ୍ତି ଚଳପ୍ରଚଳ କରୁନଥିଲେ। ଏହି ସମସ୍ତ ଘଟଣା ହେଟେଲରେ ସ୍ଥିତ ସିସିଟିଭରେ କଏଦ ହୋଇଥିଲା।
ଏହି ଭିଡିଓ ଫେବୃଆରୀ ୮ ଭୋର ୫ଟା ସମୟର ବୋଲି କୁହାଯାଉଛି। ହୋଟେଲ ପରିସରରେ ପ୍ରବେଶ କରିବା ପରେ ସିଂହଟି କିଛି ସମୟ ସେଠାରେ ବୁଲିବା ପରେ ହୋଟେଲ ଭିତରୁ ପଳାଇଯାଉଛି। ସ୍ଥାନୀୟଲୋକଙ୍କ ମତାନୁଯାୟୀ ଏଠାରେ ଅଧିକାଂଶ ସମୟରେ ବିଶେଷ ଭାବେ ରାତି ସମୟରେ ସିଂହ ରାସ୍ତାରେ ବୁଲୁଥାଏ। ଏହି କାରଣରୁ ସେମାନେ ରାତିରେ ବାହାରକୁ ଆସିବାକୁ ଭୟ କରନ୍ତି। ଏହାସହ ସିଂହ ଗୃହପାଳିତ ପଶୁଙ୍କ ମଧ୍ୟ ଶିକାର କରିଥାଏ। ସିଂହଟି ଜୁନାଗଡ ନିକଟସ୍ଥ ରେଳ ଷ୍ଟେସନ ପାଖ ହୋଟେଲ ମଧ୍ୟକୁ ଆସିଥିଲା। ଏଭଳି ଏହି ଅଞ୍ଚଳରେ ସିଂହ ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରିବା ପ୍ରଥମ କଥା ନୁହେଁ। ଶିକାର ପାଇଁ ହେଉ ଅଥବା ସାଧ।।ରଣ ଭାବେ ଅଧିକାଂଶ ସମୟରେ ରାସ୍ତାରେ ବିଭିନ୍ନ ଅଞ୍ଚଳରେ ସିଂହ ଦେଖାଯାଇଥାଏ।

Comments are closed.