ସିଂହ – ଷଣ୍ଢ ଲଢେଇ ; ଆଉ ତା’ପରେ

ଗୁଜରାଟ : ଅନେକ ସମୟରେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ହୃଦୟକୁ ସ୍ପର୍ଶ କରିବା ସହ କୌତୁହଳପୂର୍ଣ୍ଣ ମଧ୍ୟ । ଏଭଳି ହିଁ ଏକ ଭିଡିଓ ଗୁଜୁରାଟର ଜୁନାଗଡରୁ ଆସିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଉଛି, ଦୁଇ ସିଂହ ରାତିର ଅନ୍ଧକାରରେ ଶିକାର ଖୋଜୁଥିବା ବେଳେ ଗାଁରେ ପହଞ୍ଚିଥିଲେ। ଏକାକୀ ଏକ ଷଣ୍ଢକୁ ଦେଖି ଜଙ୍ଗଲରୁ ଆସିଥିବା ଏହି ଦୁଇ ସିଂହ ତାଙ୍କୁ ଆକ୍ରମଣ କରିବାକୁ ଯାଇଥିଲେ। ସିଂହ ଷଣ୍ଢ ଆଡକୁ ଯିବା ମାତ୍ରେ ଷଣ୍ଢ ମଧ୍ୟ ତୁରନ୍ତ ସତର୍କ ହୋଇଗଲା । ଷଣ୍ଢ ତା’ର ଉଭୟ ଶିଙ୍ଗ ବ୍ୟବହାର କରି ସିଂହମାନଙ୍କୁ ପଛକୁ ଠେଲିବାକୁ ଲାଗିଲା । ଶେଷରେ ଉଭୟ ସିଂହକୁ ଷଣ୍ଢ ସାମ୍ନାରେ ହାର ମାନିବାକୁ ପଡିଲା ଏବଂ ଗାଁରୁ ଉକ୍ତ ଷଣ୍ଢକୁ ଶିକାର ନ କରି ଖାଲି ହାତକୁ ଫେରିବାକୁ ପଡିଲା । ସିଂହ ଓ ଷଣ୍ଢର ଏହି ପୁରା ଘଟଣା ସେଠାରେ ଥିବା ଏକ ସିସିଟିଭିରେ କଏଦ ହୋଇଥିଲା । ସିଂହ ଏବଂ ଷଣ୍ଢ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Comments are closed.