ସିଂହ ସହ ଲଢୁଛି ହନି ବାଜର; ଭିଡ଼ିଓ ହେଉଛି ଭାଇରାଲ

ଜଙ୍ଗଲର ରାଜା ସିଂହ। ଯାହାର ଗର୍ଜନରେ ସମଗ୍ର ଜଙ୍ଗଲ କମ୍ପି ଉଠେ। ଯେ କେହି ପଶୁ ସିଂହର ସାମ୍ନାକୁ ଆସିଲେ ଭୟରେ ଏଣେତେଣେ ପଳାଇଥାଆନ୍ତି। ମାତ୍ର ସିଂହ ସହ ଛୋଟ ହନି ବାଜର ଲଢୁଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଏହି ଭିଡ଼ିଓଟିକୁ ଲୋକେ ଦେଖିବାକୁ ପସନ୍ଦ କରୁଥିବା ସହ ହନି ବାଜର ସାହସିକତା ଏଠାରେ ବାସ୍ତବରେ ଉଲ୍ଲେଖ ଯୋଗ୍ୟ। ଯେକି ସିଂହ ସହ ଲଢେଇ କରୁଛି। ଏହି ଭିଡ଼ିଓଟି ପୂର୍ବି ଜାମ୍ବିଆର ଲୁଙ୍ଗୱା ଜାତୀୟ ଗେମ ପାର୍କରେ ରେକର୍ଡ଼ କରାଯାଇଛି। ହନି ବାଜର ଆଫ୍ରିକା, ସାଉଦି ଆରବ, ଇରାନରେ ଆଦି ଅଧିକାଂଶ ଦେଖାଯାଆନ୍ତି। ଏମାନଙ୍କ ଶରୀରରେ ଶିକାରୀ ଭଳି ଲଢିବାର କ୍ଷମତା ରହିଛି।
ଏହି ଭିଡ଼ିଓଟିକୁ ଜଣେ ଭାରତୀୟ ବନ୍ୟ ବିଭାଗ ଅଧିକାରୀ ସେୟାର କରିଛନ୍ତି। ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି କିଭଳି ହନି ବାଜର ଘାଇଲା ସିଂହ ମୁହଁରୁ ନିଜକୁ ରକ୍ଷା କରିବାକୁ ସମର୍ଥ ହେଉଛି। ଏବେ ବହୁ ଲୋକେ ଏହି ଭିଡ଼ିଓଟିକୁ ଦେଖିବା ସହ ପସନ୍ଦ କରିଛନ୍ତି।

Comments are closed.