ଦିନ ୩ଟା – ମୁଖ୍ୟ ଖବର

ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା ; ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ

ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଜାରି

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ସଂକ୍ରମଣ ୫% ତଳକୁ ରହିଛି। ଆସନ୍ତା କାଲି ସକାଳ ୫ଟା ପର ଠାରୁ ତାଲାବନ୍ଦ ଆଂଶିକ ଲାଗୁ

ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଜାରି

ସୁନ୍ଦରଗଡ,ସମ୍ବଲପୁର,କଳାହାଣ୍ଡି,ବଲାଙ୍ଗୀର,କୋରାପୁଟ, ଗଞ୍ଜାମ, କନ୍ଧମାଳ, ଝାରସୁଗୁଡା,ବରଗଡ,ଦେବଗଡ,ନୂଆପଡା,ସୁବର୍ଣ୍ଣପୁର,ଗଜପତି,ବଉଦ,କୋରାପୁଟ,
ନବରଙ୍ଗପୁର,ମାଲକାନଗିରି,ରାୟଗଡାରେ ସକାଳ ୬ଟାରୁ ୫ଟା ଯାଏଁ ଦୋକାନ ଖୋଲା ରହିବ
ମଲ୍‍, ଜିମ,ସେଲୁନ,ସ୍ପା ଆଦି ପୂର୍ବପରି ବନ୍ଦ ରହିବ ;  ଉଠା ଦୋକାନୀ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ
ଖୋର୍ଦ୍ଧା,ନୟାଗଡ,କେନ୍ଦ୍ରାପଡା,ଜଗତସିଂହପୁର,ଯାଜପୁର,ଅନୁଗୁଳ,ଢେଙ୍କାନାଳ,ଭଦ୍ରକ,ମୟୁରଭଞ୍ଜ, କେନ୍ଦୁଝର, କଟକ,ପୁରୀ, ବାଲେଶ୍ୱର, ଏ ସମସ୍ତ ଜିଲାରେ ସକାଳ ୬ ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ; ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

ପୂର୍ବଭଳି ସପ୍ତାହନ୍ତ ସଟଡାଉନ ସମସ୍ତ ଜିଲାରେ ଜାରି

ରଜର ଶେଷ ଦିନ : ବସୁମତୀ ସ୍ନାନ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ

ରାଜ୍ୟରେ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ପୁଲିସ – ମାଓବାଦୀ ମଧ୍ୟରେ ଗୁଳିବିନିମୟ ; ୫ ମାଓବାଦୀ ମୃତ

ଦେଶରେ ୨୪ ଘଣ୍ଟାରେ ଆଉ ୬୨ ହଜାର ୨୨୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬,୩୩,୧୦୫କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ୨ ହଜାର ୫୪୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯,୫୭୩

ଦିନକରେ ୧,୦୭, ୬୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୩,୮୮,୧୦୦ ସୁସ୍ଥ

୮,୬୫,୪୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍‍ ଲାଡେନ ; ସେହି କୁଖ୍ୟାତ ଆତଙ୍କି ନୁହେଁ, ଏକ ଭୟାନକ କୁମ୍ଭୀର

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ ; ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର

ଟିକା ନେଇସାରି ଅଧଘଣ୍ଟାଏ ବସ ; କୋଭିଡ କାର୍ୟ୍ୟାନ୍ୱୟନ ଦଳର ମୁଖ୍ୟଙ୍କ ପରାମର୍ଶ

କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା

ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ ;ଯୁଦ୍ଧ ବିରତି ଘୋଷଣା ପରବର୍ତ୍ତୀ ସମୟରେ ପ୍ରଥମ କ୍ଷେପଣାସ୍ତ୍ର ମାଡ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ

କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ

Comments are closed.