ଦିନ ୩ଟା – ମୁଖ୍ୟ ଖବର

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ; ସଂଧ୍ୟା ୬ଟାରେ ହେବ ନୂଆ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ

ବଲିଉଡର ‘ଟ୍ରାଜେଡି କିଙ୍ଗ’ ବର୍ଷିଆନ ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ପରଲୋକ ; ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଦେଶରେ ୨୪ ଘଣ୍ଟାରେ ଆଉ ୪୩, ୭୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୬,୬୩,୬୬୫

ଚିକିତ୍ସାଧୀନ ଅବସ୍ଥାରେ ୯୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୪,୨୧୧ ; ମୃତ୍ୟୁ ହାର ୧.୩୨%

ଦିନକରେ ଆଉ ୪୭,୨୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୭,୯୯,୫୩୪ ସୁସ୍ଥ ; ଆରୋଗ୍ୟ ହାର ୯୭.୧୮%

୪,୫୯,୯୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୫୦%

ଦିନକରେ ୩୬,୦୫,୯୯୮ ଟିକା ନେଇଥିବା ବେଳେ ମୋଟ ୩୬,୧୩,୨୩,୫୪୮ ଟିକା ନେଇ ସାରିଛନ୍ତି

ଦିନକରେ ୧୯,୦୭,୨୧୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୨,୩୩,୩୨,୦୯୭ ନମୁନା ପରୀକ୍ଷା କରାଯାଇଛି

ଆସାମରେ ଭୂକମ୍ପ ଝଟକା

ରାଜ୍ୟରେ ୨ ହଜାର ୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୯୫ ଓ ସ୍ଥାନୀୟ ଅଂଚଳରୁ ୧୧୦୭

ରାଜ୍ୟରେ ଗୋଟିଏ ଦିନରେ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରଣବୀର ସିଂଙ୍କ ଜନ୍ମଦିନରେ କରନ ଘୋଷଣା କଲେ ନୂଆ ସିନେମା

‘ରକି ଔର ରାନି କି ପ୍ରେମ କାହାନି’ରେ ଅଭିନୟ କରିବେ ରଣବୀର ଓ ଆଲିଆ

ଜୀବାଶ୍ମ ଇନ୍ଧନ ବର୍ଷକରେ ୧୦ ଲକ୍ଷ ଜୀବନ ନେଇଛି

ନିର୍ମାଣ ହେଉଛି ଭାରତର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର

ଦେଶରେ ପ୍ରଥମ ; ୯ ଏସିଆଟିକ ସିଂହରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ

ଡେଲ୍‍ଟା ଠାରୁ ଅଧିକ ମାରାତ୍ମକ କୋଭିଡ-୧୯ର ଲାମ୍ବଡା ପ୍ରକରଣ; ୩୦ ଦେଶରେ ଠାବ

ଆସାମରେ ଭୂକମ୍ପ ଝଟକା

ଶିମଳା, ମନାଲି ଆଦି ଶୈଳନିବାସରେ ଖଚାଖଚ ଭିଡ ; କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରର ଚେତାବନୀ- କଟକଣା ପୁଣି ଫେରିବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀଙ୍କୁ ହତ୍ୟା ; ଡକାୟତମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ

୮୬ ବର୍ଷରେ ଦଲାଇ ଲାମା, କହିଲେ ପ୍ରାଚୀନ ଭାରତୀୟ ଜ୍ଞାନକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ

ନକଲି ଜିନ୍ସ ପ୍ୟାଣ୍ଟ ପରେ ନକଲି କପଡା ଜବତ, ସମ୍ବଲପୁର ପୁଲିସର ଚଢ଼ଉ ଜାରି

Comments are closed.