ଦିନ ୧୧ଟା – ମୁଖ୍ୟ ଖବର

ଦିଲ୍ଲୀ ପ୍ରଦୂଷଣ ସାଂଘାତିକ ସ୍ଥିତିରେ: ବିଦ୍ୟାଳୟ, ମହାବିଦ୍ୟାଳୟ, ତାପଜ ଶକ୍ତି ପ୍ରକଳ୍ପ ବନ୍ଦ; ଟ୍ରକ ପ୍ରବେଶ ନିଷେଧ

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ରାଜ୍ୟରେ ୨୨୬ ନୂଆ ସଂକ୍ରମିତ ଚିହ୍ନଟ, ୨ ମୃତ

ସଂଗରୋଧରୁ ୧୨୮ ଓ ସ୍ଥାନୀୟ ସଂକ୍ରମିତ ୯୮ ଜଣ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୩ ଜଣ ରହିଛନ୍ତି

ବାଲେଶ୍ୱରରେ ୧୦, ଭଦ୍ରକ ୪, ବଉଦ ୧, କଟକ ୧୫, ଦେବଗଡ ୧, ଢେଙ୍କାନାଳ ୧, ଗଞ୍ଜାମ ୨, ଜଗତସିଂହପୁରରେ ୪ ଜଣ ଚିହ୍ନଟ

ଯାଜପୁର ୮, କଳାହାଣ୍ଡି ୩, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୧୧୪, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୬, ନୟାଗଡ ୩, ପୁରୀ ୧, ସମ୍ବଲପୁର ୭, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକରେ ୨୩୬ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ୨୬୫୭ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି

ଦିନକ ମଧ୍ୟରେ ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ ଚିହ୍ନଟ ହେଲେ ୧୦,୧୯୭ କରୋନା ଆକ୍ରାନ୍ତ; ୩୦୧ ମୃତ

୨୪ ଘଣ୍ଟାରେ ୧୨,୧୩୪ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ଦେଶରେ ୧,୨୮,୫୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

କରୋନାରୁ ଆରୋଗ୍ୟ ହାର ୯୮.୨୮% ରହିଛି

ଦେଶରେ ଏପର୍ଯ୍ୟନ୍ତ ୧୧୩.୬୮ କୋଟି ପାନ ଟିକା ଦିଆଯାଇସାରିଛି

ପୁରୀ : ପଞ୍ଚୁକର ୩ୟ ଦିନ ; ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡକିଆ ବେଶ

ଆମେରିକୀୟଙ୍କୁ ଜମ୍ମୁ କାଶ୍ମୀର ନଯିବାକୁ ସତର୍କ କରାଇଲେ ବାଇଡେନ ପ୍ରଶାସନ

Comments are closed.