ଦିନ ୧୧ଟା – ମୁଖ୍ୟ ଖବର

ଦେଶରେ ଖୋଲିବ ଆଉ ୧୦୦ ସୈନିକ ସ୍କୁଲ: କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ, ଆସନ୍ତା ଶିକ୍ଷା ବର୍ଷରୁ ୬ଷ୍ଠ ଶ୍ରେଣୀରୁ ହେବ ନାମଲେଖା

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଆକଳନ, ୨୦୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ୮.୫%

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡା ଚେତାବନୀ ; ଯିଏ ଏହାର ପୃଷ୍ଠପୋଷକତା କରିଛି ଏହା ତାହା ପାଖକୁ ଫେରିବ

ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବ; ଓଡ଼ିଶା, ଆନ୍ଧ୍ରପଦେଶ ସଜାଗ

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୬୧୫ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୩୫୭ ଓ ସ୍ଥାନୀୟ ସଂକ୍ରମିତ ୨୫୮ ଜଣ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୮ ଜଣ

ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୧୨, ବରଗଡ ୩, ଭଦ୍ରକ ୭, ବଉଦ ୧ ଓ କଟକ ଜିଲାରେ ୭୨ ଜଣ ଚିହ୍ନଟ

ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୮, ଯାଜପୁର ୯, ଝାରସୁଗୁଡା ୨, କେନ୍ଦ୍ରାପଡା ୧୦, କେନ୍ଦୁଝର ୩ ଓ ଖୋର୍ଦ୍ଧାରୁ ୩୨୩ ଚିହ୍ନଟ

କୋରାପୁଟରେ ୪, ମୟୁରଭଞ୍ଜ ୨୮, ନୟାଗଡ ୩, ନୂଆପଡା ୩, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୧୯, ସୁନ୍ଦରଗଡ ୮ ଏବଂ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି

ଦିନକରେ ୫୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୫୨୦୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ୧୫,୮୨୩ ନୂଆ କରୋନା ସଂକ୍ରମିତ

ଦିନକ ମଧ୍ୟରେ ୨୨,୮୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୧.୧୯% ଏବଂ ସାପ୍ତାହିକ ହାର ୧.୪୬%

କରୋନାରୁ ମୋଟ ୩,୩୩,୪୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୨,୦୭,୬୫୩ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ ଆରୋଗ୍ୟ ହାର ୯୮.୦୬% ରହିଛି

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୮.୬୩ କୋଟି ନମୁନା ପରୀକ୍ଷା କରାଯାଇଛି

ସେହି ସମୟ ସୁଦ୍ଧା ୯୬.୪୩ କୋଟି ପାନ ଟିକା ଦିଆଯାଇଛି

ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ପାଇଁ ସ୍ୱଦେଶୀ ସହିତ ୧୦% ବିଦେଶୀ କୋଇଲା ମିଶାଇ ବ୍ୟବହାର କର -ତାପଜ ଶକ୍ତି ପ୍ରକଳ୍ପଗୁଡିକୁ କେନ୍ଦ୍ରର ପରାମର୍ଶ

Comments are closed.