ଦିନ ୧୦ଟା – ମୁଖ୍ୟ ଖବର

ରଜର ଶେଷ ଦିନ : ବସୁମତୀ ସ୍ନାନ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ

ରାଜ୍ୟରେ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ; ମାଓବାଦୀ ଗୁଳିବିନିମୟ ଜାରି, କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା

୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍‍ ଲାଡେନ ; ସେହି କୁଖ୍ୟାତ ଆତଙ୍କି ନୁହେଁ, ଏକ ଭୟାନକ କୁମ୍ଭୀର

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ ; ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର

ଟିକା ନେଇସାରି ଅଧଘଣ୍ଟାଏ ବସ ; କୋଭିଡ କାର୍ୟ୍ୟାନ୍ୱୟନ ଦଳର ମୁଖ୍ୟଙ୍କ ପରାମର୍ଶ

କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା

ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ ;ଯୁଦ୍ଧ ବିରତି ଘୋଷଣା ପରବର୍ତ୍ତୀ ସମୟରେ ପ୍ରଥମ କ୍ଷେପଣାସ୍ତ୍ର ମାଡ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ

କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ

Comments are closed.