ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ବର : ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା।  ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ ମହାଦୀପ ଉଠିଲା। ଏହି ସମୟରେ ଜୟ ଶ୍ରୀ ଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଲା ଏକାମ୍ର କ୍ଷେତ୍ର। ମହାଦୀପ ଉଠିବା ସହିତ ଆତଶବାଜୀ ପ୍ରଦର୍ଶନ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶୁକ୍ରବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି।